ସ୍ତ୍ରୀର ତଣ୍ଟି ଚିପି ମାରିଦେଲା ସ୍ବାମୀ, ଋଣ କିସ୍ତି ସୁଝିବାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ

Published By : Prameya-News7 Bureau | June 25, 2021 IST

ଖୋର୍ଦ୍ଧା ୨୫।୬: ଘରୋଇ ଫାଇନାନ୍ସ ଋଣ କିସ୍ତି ସୁଝିବାକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଚାଲିଥିଲା ଗଣ୍ଡଗୋଳ। ଶେଷରେ ସ୍ବାମୀ, ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣିଦେଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜଟଣୀ ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ । ସେଠାରେ ରହୁଥିବା ସୁକାନ୍ତ ମଳିକ ବର୍ତ୍ତମାନ ଅଭାବ ସମୟରେ ଅଟୋ ଋଣ କିସ୍ତି, ଘରୋଇ ଫାଇନାନ୍ସ କିସ୍ତି ପଇସା ନ ଦେଇପାଇବାରୁ ଉଭୟ ସ୍ବାମୀ ସୁକାନ୍ତ ମଳିକ ଓ ସ୍ତ୍ରୀ ପୂଜା ମଳିକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଶେଷରେ ସୁକାନ୍ତ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ପୂଜାକୁ ହାଣିଦେଲା ।  ଫଳରେ ପୂଜାର ମୃତ୍ୟୁ ଘଟିଛି । ଖବର ପାଇ ଜଟଣୀ ପୋଲିସ ସ୍ବାମୀ ସୁକାନ୍ତକୁ ଥାନାରେ ଅଟକ ରଖିଥିବା ବେଳେ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.