Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

୫୧ବର୍ଷ ବୟସ୍କ ସ୍ତ୍ରୀଠାରୁ ଛାଡପତ୍ର ଚାହୁଁଥିଲା ୨୮ବର୍ଷ ବୟସ୍କ ସ୍ବାମୀ, ଇଲେକ୍ଟ୍ରିକ୍ କରେଣ୍ଟ ଦେଇ କଲା ହତ୍ୟା

28/12/2020 at 11:57 AM

ଥିରୁବନ୍ତପୁରମ୍ ୨୮।୧୨: କେରଳ ଥିରୁବନ୍ତପୁରମ୍ ରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିଛି ସ୍ବାମୀ । ଅଭିଯୁକ୍ତ ସ୍ବାମୀ ତଦନ୍ତକୁ ବାଟବଣା କରିବାକୁ ଯାଇ କହିଥିଲେ କ୍ରିସମାସ୍ ଦିନ ଫ୍ୟାନ୍ସି ଲାଇଟ୍ ରୁ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା କହିଥିଲେ । ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଥିରୁବନ୍ତପୁରମ୍ କାରାକୋଣମ୍ ଅଞ୍ଚଳରେ ୫୧ ବର୍ଷ ବୟସ୍କ ଶାଖାକୁମାରୀ ୨୮ବର୍ଷ ବୟସ୍କ ସ୍ବାମୀ ଅରୁଣଙ୍କ ସହ ରହୁଥିଲେ । ମାତ୍ର ଶନିବାର ରାତିରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାରମ୍ଭିକ ତଦନ୍ତରେ ଅରୁଣ କହିଥିଲା ଯେ, କ୍ରିସମାସ ପାଇଁ ଘରେ ଫ୍ୟାନ୍ସି ଲାଇଟ୍ ଲଗାଯାଇଥିଲା । ସେହି ଲାଇଟ୍ ରୁ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ହୋଇଛି । ତାପରେ ସେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତଡର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଯେତେବେଳେ ପୋଲିସ ଏହି ମାମଲାର ଯାଞ୍ଚ କରିଥିଲା ସେତେବେଳେ ଘରେ କିଛି ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଥିଲା । ଫଳରେ ପୋଲିସକୁ ସନ୍ଦେହ ହୋଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ଉଭୟ କିଛି ମାସ ପୂର୍ବରୁ ହିଁ ବିବାହ କରିଥିଲେ । ବୈବାହିକ ଜୀବନ ଆରମ୍ଭରୁ ସେମାନଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ।

କୁହାଯାଉଛି ଯେ, ଅରୁଣ ବାରମ୍ବାର ଛାଡପତ୍ର ପାଇଁ କହୁଥିଲେ । ସେପଟେ ଶାଖାକୁମାରୀ ଏହାକୁ ଗ୍ରହଣ କରୁନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ଅଭିଯୋଗ ଏହା ଥିଲା ଯେ, ଅରୁଣ ସ୍ତ୍ରୀଙ୍କ ସମ୍ପତ୍ତି ହଡପ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କୁ ବିଦ୍ୟୁତ୍ ଆଘାତ ଦେବାକୁ ଉଦ୍ୟମ କରିଥିଲେ । ମାତ୍ର ସେତେବେଳେ ସେ ତାଙ୍କ ମନ୍ଦ ଉଦ୍ଦେଶ୍ୟରେ ସଫଳ ହୋଇନଥିଲେ । ପୋଲିସ ଅରୁଣକୁ ଏ ବିଷୟରେ ପଚରାଉଚରା କରିବା ପରେ ସେତେବେଳେ ସେ ତାଙ୍କ ଅପରାଧ ସ୍ବୀକାର କରିଥିଲେ । ସେ କହିଥିଲେ ଯେ, ସ୍ତ୍ରୀକୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିଛି । ଏହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

   Related Posts