Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କଳି ହେଲା କାଳ : ଦ୍ବିତୀୟ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ

18/01/2021 at 10:16 AM

କେନ୍ଦୁଝର ୧୮।୧: ପାରିବାରିକ କଳହର କରୁଣ ପରିଣତି । ଦ୍ବିତୀୟ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପରଜନପୁର ପଞ୍ଚାୟତ କଲଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଲଣ୍ଡା ଗ୍ରାମ ଢ଼ିପାସାହିର ବୁଲୁ ବେହରାଙ୍କ ପୁଅ ରାଜେଶ ବେହେରା ପତ୍ନୀଙ୍କ ସହ ରହୁଥିଲେ । ପ୍ରଥମ ସ୍ତ୍ରୀ ଘର ଛାଡ଼ି ଚାଲିଯିବା ପରେ ବୁଲୁ ଦ୍ୱିତୀୟ ସ୍ତ୍ରୀ ରୂପେ ପୂଜାଙ୍କୁ ବିବାହ କରିଥିଲେ।ତେବେ ଗତ ତିନି ଦିନ ଧରି ରାଜେଶ ଓ ପୂଜା ମଧ୍ୟରେ ଝଗଡ଼ା ଲାଗି ରହିଥିବା ପଡୋଶୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ଘଟଣା ଦିନ ବିଳମ୍ବିତ ରାତିରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଚରମ ସୀମାରେ ପହଞ୍ଚିବାରୁ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ରାଜେଶ ସ୍ତ୍ରୀ ପୂଜାକୁ ପିଟିପିଟି ମାରିଦେଇଥିଲା । ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କେସ୍ ନଂ (୨୮/୨୦) ଏକ ହତ୍ୟା ମାମଲା ରୁଜୁ କରି ତ଼ଦନ୍ତ ଆରମ୍ଭ କରିଥିଲା । ପରେ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଯାଇଥିବାବେଳେ ଅଭିଯୁକ୍ତ ରାଜେଶକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ କରୁଛି ।

   Related Posts