ପାରିବାରିକ କଳହରୁ ହତ୍ୟାକାଣ୍ଡ, ହାତୁଡିରେ ପିଟି ସ୍ତ୍ରୀର ଜୀବନ ନେଇଗଲା ସ୍ବାମୀ

Published By : Prameya-News7 Bureau | July 13, 2021 IST

ଯାଜପୁର ରୋଡ୍ ୧୩।୭: ପାରିବାରିକ କଳହରୁ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ରଣପୁର ଗାଁରେ ।

{"id":479802,"width":748,"height":411,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗାଁର ଅରୁଣ ଜେନା ଏବଂ ତାଙ୍କ ପତ୍ନୀ ଦିପ୍ତିମୟୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ଫଳରେ ସ୍ତ୍ରୀକୁ ହାତୁଡିରେ ପିଟି ପିଟି ହତ୍ୟା କରିଛି ସ୍ବାମୀ । ମୃତ ମହିଳା ଏବଂ ତାଙ୍କ ସ୍ବାମୀ ଉଭୟ ସରକାରୀ ଶିକ୍ଷକ ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ କୋରେଇ ଥାନା ପୋଲିସ ପହଞ୍ଚିଥିଲା ।  ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।  ହତ୍ୟାକାରୀ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.