Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

ସ୍ବାମୀ ସାଜିଲା ସୈତାନ : ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ରଡ୍‌ରେ ପିଟିପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ

21/07/2021 at 10:14 AM

ଢେଙ୍କାନାଳ ୨୧।୭: ସ୍ତ୍ରୀର ଚରିତ୍ରକୁ ସନ୍ଦେହ ସ୍ବାମୀକୁ ସଜାଇଦେଲା ସୈତାନ । ଶେଷରେ ରକ୍ତମୁଖା ପାଲଟିଗଲା ସ୍ବାମୀ । ଆଉ ଶ୍ବଶୁର ଘରେ ପଶି ଫ୍ୟାନ ରଡ଼ରେ ପତ୍ନୀକୁ ପିଟି ପଟି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ । ହତ୍ୟାକାଣ୍ଡ ପରେ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ସହରର ବାଜିଚୌକରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେଇ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ୨୮ବର୍ଷର ମମତା ମହାଳିକ ।  ଅଭିଯୁକ୍ତ ସ୍ବାମୀ ସତ୍ୟବ୍ରତ ମହାଳିକ ଜଣେ ସାମରିକ କର୍ମଚାରୀ ବୋଲି ଜଣାପଡିଛି ।

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଲପୁର ଗ୍ରାମରେ ସତ୍ୟବ୍ରତଙ୍କ ଘର । ତେବେ ସତ୍ୟବ୍ରତ ସବୁବେଳେ ତାଙ୍କ ପତ୍ନୀର ଚରିତ୍ରକୁ ସନ୍ଦେହ କରି ତାଙ୍କୁ ମାଡ଼ ପିଟ କରନ୍ତି । ମାତ୍ର ଅଧିକ ଯୌତୁକ ପାଇଁ ମାଡ଼ପିଟ କରନ୍ତି ବୋଲି ମମତାଙ୍କ ବାପଘରଲୋକେ ପ୍ରକାଶ କରନ୍ତି । ଫଳରେ ମମତା ତାଙ୍କର ଦୁଇ ଶିଶୁ ପୁଅ ସହ ପ୍ରାଣ ବିକଳରେ ନିଜ ବାପା-ମା’ଙ୍କ ପାଖରେ ଆଶ୍ରୟ ନେଇଥିଲେ । ଏପରିକି ସ୍ବାମୀର ଭୟରେ ଗାଁ ଛାଡି ବାପା-ମା’ଙ୍କ ସହ ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ଏକ ଭଡା ଘରେ ରହୁଥିଲେ । ତେବେ ସତ୍ୟବ୍ରତ ଗତ କିଛିଦିନ ହେଲେ ଚାକିରୀରୁ ଗାଁକୁ ଆସିଥିବାବେଳେ ସୁଯୋଗ ଖୋଜୁଥିଲେ ।

ଏପରି ସ୍ଥଳେ ଛକି ରହିଥିବା ସତ୍ୟବ୍ରତ ଆଜି ଭୋର ସମୟରେ ଏହି ଭଡାଘରେ ପଶି ମମତାଙ୍କୁ ଏକ ଫ୍ୟାନ ରଡ଼ରେ ପିଟି ପିଟି ହତ୍ୟା କରିଥିବା ପ୍ରକାଶ କରିଛନ୍ତି ମୃତ ମମତାଙ୍କ ବାପଘର ଲୋକେ । ଏପରିକି ପୂର୍ବରୁ ଆକ୍ରମଣ କରିଥିବା ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ନେଇ ମମତା ତାଙ୍କ ବାପଘର ଲୋକେ ଜ୍ବାଇଁଠାରୁ ଅସୁରକ୍ଷିତ ହୋଇ ଢେଙ୍କାନାଳ ସହରରେ ଆସି ରହୁଥିଲେ ବୋଲି ପ୍ରକାଶ କରିଛନ୍ତି ମୃତା ମମତାଙ୍କୁ ଭାଇ ।

   Related Posts