Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ମୃତଦେହକୁ କୋଳରେ ଧରି କାନ୍ଦିଲା, ତାପରେ…

21/09/2020 at 5:35 PM

ଲକ୍ଷ୍ନୌ, ୨୧ ।୦୯:   ପତ୍ନୀକୁ ଅତି ଅମାନବୀୟ ଭାବେ ହତ୍ୟା କଲା ପତି । ହତ୍ୟା କରିବା ପରେ ପତ୍ନୀର ମୁଣ୍ଡକୁ କୋଳରେ ଧରି କାନ୍ଦିଲା ପତ୍ନୀହନ୍ତା । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ଉତ୍ତର ପ୍ରଦେଶର ଓରିୟା ଜିଲ୍ଲାରେ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମଟର୍ମ ପାଇଁ ପଠାଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ସୂଚନାନୁସାରେ, ଓରିୟା ଜିଲ୍ଲାର ଅଜିତମଲ କୋତବଲ୍ଲୀରେ ରହିଛି ବିଲାବା ଗାଁ । ଏଠାରେ ଜଣେ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାପରେ ସେ ପତ୍ନୀର ମୃତଦେହକୁ କୋଳରେ ଧରି କାନ୍ଦିବାକୁ ମଧ୍ୟ ପଛାଉନଥିଲା । ଏହି ମାମଲାରେ ପୋଲିସ ୫ଜଣଙ୍କ ବିରୋଧରେ ଯୌତୁକ ଜନିତ ହତ୍ୟା ଅଭିଯୋଗ ରୁଜୁ କରିଛି ।

ବିଲାବା ଗ୍ରାମରେ ରହୁଥିବା ଦେଶରାଜ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେ ରବିବାର ନିଶାସକ୍ତ ହୋଇ ଘରେ ପହଁଚିଥିଲେ । ଏହାପରେ ଘର କବାଟ ବନ୍ଦ କରିଥିଲା । ଘରେ କେବଳ ତାଙ୍କ ପତ୍ନୀ ଓ ୪ ବର୍ଷର ଶିଶୁ ଥିଲେ । କିଛି ସମୟର ପରେ ଦେଶରାଜ ନିଜ ପତ୍ନୀଙ୍କ ମୃତଦେହକୁ କୋଳରେ ଧରି କାନ୍ଦିବାକୁ ଲାଗିଥିଲେ । ପଡୋଶୀ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା ।

ପୋଲିସ ଆଇଆଇସି ସୁଦୀପ କୁମାର ମିଶ୍ର କହିଛନ୍ତି ଯେ, ମୃତ ମହିଳାଙ୍କ ବେକରେ ଦାଗ ରହିଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସେ ସୂଚନା ଦେଇଛନ୍ତି ।

   Related Posts