Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଶବକୁ ଲୁଚେଇବା ପାଇଁ ଫିଙ୍ଗିଦେଲା କୂଅରେ !

10/11/2021 at 5:50 PM

ବାରିପଦା ୧୦।୧୧: ସ୍ତ୍ରୀକୁ ହତ୍ୟା କରି ଶବକୁ ଲୁଚେଇବା ପାଇଁ  କୂଅରେ ଫିଙ୍ଗିଦେଲା  ହତ୍ୟାକାରୀ ସ୍ବାମୀ । ବୁଧବାର ସକାଳୁ ବାରିପଦା ସଦର ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ବୈଦିପୁର ଗ୍ରାମରେ ଏକ ପରିତ୍ୟକ୍ତ କୂଅରୁ ଦୁର୍ଗନ୍ଧ ବାହାରୁଥିବା ଜାଣି କିଛି ଲୋକ କୂଅ ପାଖକୁ ଯାଇ କୂଅ ଭିତରେ ଜଣେ ମହିଳାଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ଏଭଳି ଘଟଣା ଦେଖି ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଶବକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ମୃତ ମହିଳା ଜଣଙ୍କ ସେହି ଗ୍ରାମର ୩୫ ବର୍ଷୀୟା କର୍ମୀ ମାରାଣ୍ଡି ବୋଲି ଜଣାଯାଉଛି । ମୃତ କର୍ମୀ ମାରାଣ୍ଡି ହେଉଛନ୍ତି ମୁନସୀ ମାରାଣ୍ଡିଙ୍କ ପ୍ରଥମ ସ୍ତ୍ରୀ । ତାଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ମଧ୍ୟ ଅଛନ୍ତି ।

ଗତ ୪ ଦିନ ତଳେ ବାନ୍ଦଣା ପର୍ବକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ସ୍ବାମୀ ମୁନସୀ ମାରାଣ୍ଡି ସ୍ତ୍ରୀ କର୍ମୀ ମାରାଣ୍ଡିଙ୍କୁ ମାରପିଟ୍ କରିଥିବା ନେଇ ତାଙ୍କର ପିଲାମାନେ ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ମୁନସୀ ମାରାଣ୍ଡି ଗତ ୨ଦିନ ତଳେ କର୍ମୀଙ୍କୁ ମାରି କୂଅ ଭିତରେ ପକାଇ ଦେଇଥିବାର ଅନୁମାନ କରାଯାଉଛି । ପୋଲିସ ଏହି ଘଟଣାରେ ସ୍ବାମୀ ମୁନସୀ ମାରାଣ୍ଡିଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜରି ରଖିଛି ।

   Related Posts