Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ମଣିଷ ନା ରାକ୍ଷସ ! ସ୍ତ୍ରୀକୁ ହତ୍ୟା ପରେ ୪ଟି ଛୁରୀ ମୁହଁକୁ କଲା ୩୦୦ଥର ଆକ୍ରମଣ

12/04/2021 at 9:39 AM

ବ୍ରିଟେନ୍‌ ୧୨।୦୪ : ସ୍ୱୀମା ରୂପରେ ରାକ୍ଷସ । ସାମାନ୍ୟ ଟିକିଏ ରାଗ ପାଇଁ ନେଇଗଲା ସ୍ତ୍ରୀର ଜୀବନ । ତାହା ପୁଣି ଅତି ନୃଶଂସ ଭାବେ । ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଆଉ କହିବେ ଏମିତି ସ୍ୱାମୀ ସଂସାରରେ କାହାକୁ ନମିଳୁ । ନିଜ ସ୍ତ୍ରୀକୁ ୪ଟି ଛୁରୀରେ ହତ୍ୟା କରିବା ପରେ ମୁହିଁ ୩୦୦ଥର ଛୁରୀ ମାରିଥିଲେ । ଯାହାର ଖୁଲାସା ଅଭିଯୁକ୍ତଙ୍କ ଝିଅ କରିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ରିଟେନ୍‌ର ଲିବୁରପୁରର ଜର୍ଜ ଲେଦର ନାମକ ୬୦ବର୍ଷୀୟ ବ୍ୟକ୍ତିଙ୍କ ନିଜ ପତ୍ନୀଙ୍କ ସହ ରହୁଥିଲେ । ତାଙ୍କର ତିନୋଟି ସନ୍ତାନ ରହିଥିଲେ । ତେବେ ୫୫ବର୍ଷୀୟ ସ୍ତ୍ରୀଙ୍କର ଅନ୍ୟ ପୁରୁଷ ସହିତ ସଂପର୍କ ନେଇ ପରିବାରରେ ବିବାଦ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ପ୍ରତିଦିନ ପରିବାରରେ ଝଗଡ଼ା ଲାଗି ରହିଥିଲା । କିନ୍ତୁ କିଛି ଦିନ ତଳେ ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା ସ୍ୱାମୀ । ଯୋଜନା ମୁତାବିକ ସ୍ତ୍ରୀକୁ ୪ଟି ଛୁରୀରେ ହତ୍ୟା କରିଥିଲା । ଏହାପରେ ଅତି ନୃସଂଶ ଭାବେ ତାଙ୍କ ମୁହଁକୁ ଛୁରୀରେ ଥରେ ନୁହଁ କି ୨ ଥର ନୁହେଁ , ବରଂ ୩୦୦ଥର ଆକ୍ରମଣ କରିଥିଲା । ସମସ୍ତ ହତ୍ୟା ଘଟଣାକୁ ତାଙ୍କ ଝିଅ ନିଜ ଆଖିରେ ଦେଖିଥିଲା । ପରେ ପୋଲିସକୁ ଏନେଇ ଖବର ଦେଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରିଥିଲା । ଏପରିକି ଝିଅ ଅଭିଯୁକ୍ତକୁ ବାପା ଡାକିବାକୁ ମଧ୍ୟ ମନା କରିଦେଇଥିଲା ଏବଂ କହିଥିଲା କି ତୁମ ପାଇଁ ମୁଁ ମୋ ମାକୁ ହରାଇଛି । ତେଣୁ ଜୀବନରେ ତୁମକୁ କେବେବି ମୁଁ ବାପା ଡାକିପାରିବି ନାହିଁ ।

ସେପଟେ କୋର୍ଟରେ ଏହି ମାମଲାର ଶୁଣାଣି ଜାରି ରହିଥିଲା । ହତ୍ୟା ଘଟଣାକୁ ନେଇ ଝିଅର ବୟାନ ପରେ ଅଭିଯୁକ୍ତ କୋର୍ଟ ସମ୍ମୁଖରେ ନିଜ ଦୋଷ ସ୍ୱୀକାର କରିଥିଲା । କୋର୍ଟ ସମସ୍ତ ତଥ୍ୟ ଓ ପ୍ରମାଣ ଶୁଣି ଏହା ଅତ୍ୟନ୍ତ ଦୁଃଖଦ ଖବର ବୋଲି କହିବା ସହ କୋର୍ଟ ଇତିହାସରେ ଏହା ଏକ ବର୍ବରତା କାଣ୍ଡ ବୋଲି କହିଥିଲେ । ତେଣୁ ଏହାକୁ ଯେତେ ବି ନିନ୍ଦା କରିବା, ତାହା କମ୍‌ ହେବ । କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡଦେଶ ଶୁଣାଇବା ସହ ୧୮ବର୍ଷ ପୂର୍ବରୁ ଦୋଷୀଙ୍କୁ ପାରୋଲର ଅନୁମତି ଦେବା ଉପରେ କୋର୍ଟ ରୋକ୍‌ ଲଗାଇଦେଇଛନ୍ତି ।

   Related Posts