Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମଲିଙ୍ଗୀ ପତ୍ନୀ ପାଲଟିଗଲା ରାକ୍ଷସୀ, ସ୍ବାମୀଙ୍କୁ ମାରି ଟୁକୁଡା-ଟୁକୁଡା କରିଦେଲା

14/08/2020 at 5:11 PM

ଯୋଧପୁର ୧୪।୮: ରାଜସ୍ଥାନର ଯୋଧପୁରରେ ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଏକ ମୃତ ଦେହ ଖଣ୍ଡ ଖଣ୍ଡ ହୋଇ ଭାସୁଥିବାର ଦେଖାଯାଇଥିଲା। କଟିଯାଇଥିବା ହାତ, ଗୋଡ ଏବଂ ମୁଣ୍ଡକୁ ଦେଖିଲେ କେହି କଳ୍ପନା ବି କରି ପାରିବେ ନାହିଁ ଯେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ଏମିତି ବୀଭତ୍ସ ଭାବେ ହତ୍ୟା କରିପାରନ୍ତି । ତାଙ୍କ ସ୍ବାମୀଙ୍କର ଦୋଷ ଥିଲା ଯେ ସେ ଜଣେ ପୁରୁଷ ଥିଲେ ଏବଂ ତାଙ୍କ ସ୍ତ୍ରୀ ପୁରୁଷମାନଙ୍କୁ ଘୃଣା କରୁଥିଲେ ।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତକଙ୍କ ନାମ ଚରଣ ସିଂ। କିଛି ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ସୀମା ଘର ଛାଡି ବାପଘରକୁ ଚାଲିଯାଇଥିଲେ। ଚରଣ ସିଂ ବାରମ୍ବାର କହିବା ପରେ ମଧ୍ୟ ସେ ଫେରିବାକୁ ପ୍ରସ୍ତୁତ ନଥିଲେ। ପ୍ରକୃତରେ ପୁରୁଷମାନଙ୍କୁ ଘୃଣା କରୁଥିବା ସୀମା ସମଲିଙ୍ଗୀ ଏବଂ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ । ତେଣୁ ସେ ତାଙ୍କ ସ୍ବାମୀଙ୍କଠାରୁ ମୁକ୍ତି ପାଇବାକୁ ଚାହୁଁଥିଲେ । ସେ ତାଙ୍କ ଭଉଣୀମାନଙ୍କ ସହ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।

ଘଟଣା ଦିନ ସୀମା ତାଙ୍କ ସ୍ବାମୀଙ୍କୁ ଘରକୁ ଡାକିଥିଲେ । ସେଠାରେ ତାଙ୍କ ଭଉଣୀମାନେ ଜୁସରେ ମଦ ମିଶାଇ ପିଇବାକୁ ଦେଇଥିଲେ । କେବଳ ଏତିକି ନୁହେଁ, ସେ ଏକ ଇଞ୍ଜେକ୍ସନ ମଧ୍ୟ ଦେଇଥିଲେ ଯାହା ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ପରେ ସେମାନେ ତାଙ୍କ ଶରୀରକୁ କଟରରେ କାଟି ପଲିଥିନରେ ଭର୍ତ୍ତି କରି ବିଭିନ୍ନ ସ୍ବେରେଜରେ ଫିଙ୍ଗି ଦେଇଥିଲେ ।

ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ୪ ଜଣ ସନ୍ଦିଗ୍ଧ ଭିଆରାମ, ସୀମା, ପ୍ରିୟଙ୍କା, ବାବିତାଙ୍କୁ ଗିରଫ କରାଯାଇଥିଲା। ପଚରାଉଚୁରାରେ ୪ ଜଣ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏହି ୪ ଜଣଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ପୋଲିସ ଚରଣ ସିଂଙ୍କ ଶବ ଉଦ୍ଧାର କରିବାରେ ଲାଗିଛି ।

   Related Posts