ଅଜବ ପ୍ରେମର ଗଜବ ପରିଣତି: ପୋଲିସକୁ ସାକ୍ଷୀରଖି ସାନ ଭାଇ ହାତରେ ସ୍ତ୍ରୀକୁ ଟେକିଦେଲା ସ୍ବାମୀ

Published By : Prameya-News7 Bureau | September 25, 2019 IST

ଗୋରଖପୁର ୨୫/୯: ଏକ ବିଚିତ୍ର ପ୍ରେମ କାହାଣୀ ଦେଖିବାକୁ ମିଳିଛି।  ଜଣେ ନବ ବିବାହିତା ନିଜ ଦିଅରଙ୍କ ପ୍ରେମରେ ପଡ଼ି ଘରୁ ଫେରାର ହୋଇଯାଇଥିଲେ। ଯେତେବେଳେ ସେମାନେ ଘରକୁ ଫେରିଲେ ନବବିବାହିତାଙ୍କ ସ୍ବାମୀ ଉଭୟଙ୍କ ସମ୍ପର୍କକୁ ବିରୋଧ କରିଥିଲେ ଏବଂ କୋତଓ୍ବାଲି ଉଭୟଙ୍କ ବିରୋଧରେ କୋତଓ୍ବାଲି ଥାନାରେ ଅଭିଯୋଗ କରିଥିଲେ। ଅନେକ ସମୟ କଥାବାର୍ତ୍ତା ପରେ ମଧ୍ୟ ଦିଅର –ଭାଉଜ ଏକାଠି ରହିବାର ଜିଦ୍ କରିଥିଲେ। ତାଙ୍କ ଜିଦ୍ ଏବଂ ଖୁସି ପାଇଁ ଯୁବକ ଜଣକ ଲୁହ ଭରା ଆଖିରେ ତାଙ୍କ ନବ ବିବାହିତା ପତ୍ନୀଙ୍କ ହାତ ନିଜ ସାନ ଭାଇର ହାତରେ ଦେଇ ଦେଇଥିଲେ। । ସମସ୍ତଙ୍କ ମୁହଁରେ ଏହି ପ୍ରେମ କାହାଣୀର ଚର୍ଚ୍ଚା ଯୋଗୁଁ ଏହି ୩ଜଣ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ କୋତଓ୍ବାଲିରୁ ବାହାରକୁ ଚାଲିଯାଇଥିଲେ ।

 ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଉମାନଗରରେ। ଏଠାରେ ରହୁଥିବା ଜଣେ ଯୁବକଙ୍କ ବିବାହ ମଇ ମାସରେ ହୋଇଥିଲା। ନବବିବାହିତା ଶାଶୁ ଘରକୁ ଆସିବା ପରେ ବେଶ୍ ଖୁସି ଥିଲେ। କିନ୍ତୁ କିଛ ଦିନ ପରେ ସେ ତାଙ୍କ ଦିଅରକୁ ଭଲ ପାଇ ବସିଥିଲେ। ପ୍ରଥମେ ସେମାନେ ଘରେ ପରସ୍ପରକୁ ଭେଟୁଥିଲେ। ପରେ ସେମାନେ ଘରୁ ଫେରାର ହୋଇଯାଇଥିଲେ।

 ଗତକାଲି ନବ ବିବାହିତାଙ୍କ ସ୍ବାମୀ ନିଜ ସ୍ତ୍ରୀ ଏବଂ ସାନ ଭାଇକୁ ଠାବ କରିବା ସହ ସେମାନଙ୍କୁ ନେଇ କୋତଓ୍ବାଲି ଥାନାରେ ପହଞ୍ଚିଥିଲେ। ସେଠାରେ ଘଣ୍ଟାଏ ଧରି ଏବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ମହିଳା ଜଣକ ତାଙ୍କ ଦିଅରଙ୍କ ସହ ରହିବେ ବୋଲି କହିଥିଲେ। ପରେ ସ୍ବାମୀ ମଧ୍ୟ ଉଭୟଙ୍କୁ ଏକାଠି ରହିବାକୁ ଅନୁମତି ଦେଇଥିଲେ। ଏବେ ସେମାନେ ଏକାଠି ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.