କଠୋର ଆଇନ ସତ୍ୱେ ଥମୁନି ତିନ ତଲାକ ପ୍ରଥା; ପଟ୍ଟାମୁଣ୍ଡେଇରେ ସ୍ତ୍ରୀକୁ ଫୋନରେ ତିନ ତଲାକ ଦେଲେ ସ୍ୱାମୀ, ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

Published By : Prameya-News7 Bureau | October 23, 2018 IST

କେନ୍ଦ୍ରାପଡା ୨୩/୧୦ : କଠୋର ଆଇନ ସତ୍ୱେ ବଦଳୁନି ଲୋକମାନଙ୍କ ମାନସିକତା । ଏବେବି ଫୋନ ମାଧ୍ୟମରେ ନିଜର ସ୍ତ୍ରୀଙ୍କୁ ତଲାକ ଦେଇ ଦୁରେଇଦେବା ପାଇଁ ବାଧ୍ୟ କରୁଛନ୍ତି ସ୍ୱାମୀ । ପଟ୍ଟାମୁଣ୍ଡେଇ ଆଳି ଥାନା ଅନ୍ତର୍ଗତ ଗୁହାଲିଶାହିର ଶେଖ ରାଜା ଅହମ୍ମଦ । ଗତ ଅକ୍ଟୋବର ୪ ତାରିଖରେ ସଂନ୍ଧ୍ୟା ସମୟରେ ଶେଖ ରାଜା ଅହମ୍ମଦ ନିଜ ପତ୍ନୀ ତକସିମା ଖାତୁନଙ୍କୁ ଫୋନରେ ତିନ ତଲାକ କହିଥିଲେ ବୋଲି ପତ୍ନୀ ଅଭିଯୋଗ କରିଛନ୍ତି । ଘଟଣା ପହଚିଂଛି ପଟ୍ଟାମୁଣ୍ଡାଇ ଥାନାରେ । ଏହାକୁ ନେଇ ଏବେ ଚର୍ଚ୍ଚ। ଯୋର ଧରିଛି । ସୂଚନାଯୋଗ୍ୟ ଯେ, ସ୍ତ୍ରୀ ସହିତ କଥା କଟାକଟି ହେଉଥିବା ସମୟରେ ସ୍ୱାମୀ ଶେଖ ରାଜା ଅହମ୍ମଦ ଓ ସ୍ତ୍ରୀ ତକସିମା ଖାତୁନଙ୍କୁ ତିନି ଥର ତଲାକ ତଲାକ କହି ମୁଁ ଶେଖ ଅହମ୍ମଦ ଖାତୁନ ମୋ ସ୍ତ୍ରୀ ତକଶିମା ଖାତୁନ କୁ ତଲାକ ଦେଉଅଛି ବୋଲି ତିନି ଥର କହିଥିଲେ ବୋଲି ପତ୍ନୀ ଅଭିଯୋଗ କରିଛନ୍ତି । ତବେ ଆଜି ସଖାଳୁ ଏହାର ପ୍ରତିବାଦ ରେ ତକଶିମା ଖାତୁନ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କଲା ପରେ ପଟ୍ଟାମୁଣ୍ଡାଇ ପୋଲିସ ଏନେଇ ତଦନ୍ତ କରୁଛି । ସୁଚନା ଅନୁଯାୟୀ ୨୦୧୭ ମସିହା ନଭେମ୍ବର ୨୮ ତାରିଖରେ ଚଉଦକୁଲାଟ ଅଂଚଳର ତକଶିମା ଖାତୁନ ଆଳି ଥାନା ଅନ୍ତର୍ଗତ ଗୁହାକିସାହିର ଶେଖ ରାଜା ଅହମଦକୁ ଇସଲାମି ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ତେବେ ବିବାହ ସମୟରେ ସମସ୍ତ ଯୌତୁକ ମଧ୍ୟ ଦିଆଯାଇଥିଲା। କିଛି ଦିନ ଗଲା ପରେ ତକଶିମା ଖାତୁନକୁ ଶାଶୁଘର ପରିବାର ଓ ସ୍ବାମୀ ଶାରିରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ତବେ ବାଦ ବିବାଦ ଲାଗିରହିବା ପରେ ଅକ୍ଟୋବର ୪ ତାରିଖରେ ତକଶିମାଙ୍କ ସ୍ୱାମୀ ଫୋନ ଯୋଗେ ତିନ ତଲାକ ଦେଇଥିବା ଅଭିଯୋଗ କରିଛନ୍ତି । ସେପ୍ଟେମ୍ବର ୧୭ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ତିନ ତଲାକ ବିରୁଦ୍ଧରେ ଆଇନ ପ୍ରଣୟନ କରିଥିଲେ ମଧ୍ୟ ଆଜି ବି ଇସଲାମ ସଂମ୍ପ୍ରଦାୟରେ ଗାଁ ଗହଳିରେ ଲାଗିରହିଛି ଏହି ତିନ ତଲାକ ବ୍ୟବସ୍ଥା । ଆଇନ ଶଂସୋଧନ ପରେ ଏହା ରାଜ୍ୟରେ ପ୍ରଥମ ବୋଲି କହିଛନ୍ତି କିଛି ବୁଦ୍ଧିଜୀବୀ । ନୁଆ ଆଇନକୁ ଯଥାଶୀଘ୍ର ପ୍ରଣୟନ କରାଯାଇ ଦୋଷି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି । ଅପରପକ୍ଷରେ ଶେଖ ରାଜା ଅହମ୍ମଦର ମା କହିଛନ୍ତି ଯେ, ତାଙ୍କ ବୋହୁ ବଂଶବୃଦ୍ଦି କରିବା ପାଇଁ ଅକ୍ଷମ ଓ ଦେହ ସାରା ଲମ୍ବା ରୋମ ଥିବାରୁ ତାଙ୍କ ପୁଅ ଏପରି କରିବା ପାଇଁ ବାଧ୍ୟ ହୋଇଛି । ଅନ୍ୟପଟେ ଥାନା ଅଧିକାରି କହିଛନ୍ତି ଏହା ସର୍ବୋଚ୍ଚ ନ୍ୟାୟାଳୟ ଆଇନକୁ ଉଲଙ୍ଘନ କରୁୁଥିବାରୁ ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.