ଦଶ ମିନିଟ ଡ଼େରି ହେବାରୁ ସ୍ବାମୀ ଫୋନରେ ଦେଲା ତଲାକ , ସ୍ତ୍ରୀ ନ୍ୟାୟ ଅପେକ୍ଷାରେ
29/01/2019 at 8:39 PM

ଅଲ୍ଲୀପୁର ୨୯/୧- ସୁପ୍ରିମୋକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟଦେବା ପରେ ବି ଥମିନାହିଁ ଟ୍ରିପିଲ ତଲାକ ମାମଲା । ଏବେ ବି ମୁସଲମାନ ସଂପ୍ରଦାୟ ଏହି ତଲାକ ମାମଲାକୁ ନେଇ ବିବାଦ ଭିତରେ ରହିଛି ।

ଏହିଭଳି ଘଟଣା ଘଟିଛି ଅଲ୍ଲୀପୁର ନୟାଗାଁ ଅଂଚଳରେ । ଜଣେ ମୁସଲମାନ ମହିଳା, ରୋଗଶର୍ଯ୍ୟାରେ ପଡ଼ିଥିବା ଦାଦାଙ୍କୁ ଦେଖିବାକୁ ଯାଇ ସମୟ ଭିତରେ ଫେରି ନପାରିବାରୁ ସ୍ବାମୀ ଦ୍ଵାରା ତିନି ତଲାକ ପାଇ ଆଇନର ହୋଇଛନ୍ତି ଦ୍ଵାରସ୍ଥ ।

ଶଂବୁଲ ବେଗମ ନାମକ ଜଣେ ମହିଳା ଏହି ତିନି ତଲାକର ହୋଇଛନ୍ତି ଶିକାର । ନିଜର ଦାଦାକୁ ଦେଖିବାକୁ ଯାଇ ଏହି ଅଭାବନୀୟ ଘଟଣାର ସାମନା କରିବାକୁ ପଡ଼ିଛି । ମହିଳାଙ୍କ ଦାଦା ରୋଗଶର୍ଯ୍ୟାରେ ଥିବା କାରଣରୁ ମହିଳା ଦେଖିବାକୁ ଯାଇଥିଲେ । ମହିଳାଙ୍କ ସ୍ଵାମୀ ତାଙ୍କୁ ମାତ୍ର ଅଧଘଣ୍ଟାଏ ସମୟ ଦେଇଥିଲେ ଫେରିବାକୁ । କିନ୍ତୁ ମହିଳା ଏହି ସମୟ ଭିତରେ ଫେରି ପାରି ନଥିଲେ । ମହିଳାଙ୍କୁ ଫେରିବାବେଳକୁ ଦଶମିନିଟ୍ ଡ଼େରି ହୋଇଯାଇଥିଲା । ମହିଳାଙ୍କୁ ଫେରିବା ବାଟରେ ସ୍ଵାମୀ ଫୋନରେ ତିନି ତଲାକ ବୋଲି କହିଥିଲେ ।
ମହିଳାଙ୍କୁ ସ୍ବାମୀ ତିନିତଲାକ ଦେଵା ପରେ ସେ ଆଉ ସ୍ଵାମୀଙ୍କ ପାଖକୁ ଫେରି ନପାରି ଅସହାୟ ହୋଇ ପଡ଼ିଛନ୍ତି । ସେଥିପାଇଁ ସେ ଆଇନର ଆଶ୍ରୟ ନେଇଛନ୍ତି । ପୋଲିସ ମହିଳାଙ୍କ ସ୍ଵାମୀ ବିରୋଧରେ ମାମଲା ରୁଜୁ କରିଛି ।