ସ୍ବାମୀଙ୍କୁ ମାରପିଟ୍ କରି ଗୋଟିଏ ରୁମ୍ରେ ବନ୍ଧକ କରି ସ୍ତ୍ରୀଙ୍କୁ କଲେ ଗଣଦୁଷ୍କର୍ମ, ଏଭଳି ଥିଲା ପୂରା ଘଟଣା
31/10/2019 at 2:19 PM

ଚୂରୁ୩୧/୧୦: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଦୀପାବଳି ରାତିରେ ସ୍ବାମୀଙ୍କୁ ଗୋଟିଏ ଘରେ ବନ୍ଧକ ରଖି ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ପୀଡିତା ମହିଳା ଥାନାରେ ତିନିଜଣ ଅଭିଯୁକ୍ତଙ୍କ ନାଁ କହିଛନ୍ତି। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ବିରୋଧରେ ପୋଲିସ ମାମଲା ରୁଜ୍ଜୁ କରିଛି। ଏହାସହ ଡାକ୍ତର ମାଇନା ପାଇଁ ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜସ୍ଥାନ ଚୂରୁ ଜିଲ୍ଲାରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି।
ପୋଲିସର ସୂଚନା ମୁତାବକ ଚୂରୁ ଜିଲ୍ଲାର ମୁଖ୍ୟାଳୟର ନୂଆ ରାସ୍ତା (New Road) ଅଞ୍ଚଳରେ ଏଭଳି ଘଟଣା ଘଟିଥିଲା। ଅକ୍ଟୋବର ୨୭ ତାରିଖ ଅର୍ଥାତ ଦୀପାବଳି ରାତିରେ ୩ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଆସି ତାଙ୍କୁ ଦୁଷ୍କର୍ମ କରିଥିବା କଥା ପୀଡିତା କହିଛନ୍ତି। ଅଭିଯୁକ୍ତ ଧୋଲିୟା, ଇମ୍ରାନ ଓ ରୂସ୍ତମ ଜବରଦସ୍ତ ଘରେ ପଶି ମହିଳାଙ୍କ ସ୍ବାମିଙ୍କୁ ମାରପିଟ୍ କରି ଗୋଟିଏ ଘରେ ବନ୍ଧକ ରଖିଥିଲେ। ଧୋଲିୟା ନାମକ ଅଭିଯୁକ୍ତ ମହିଳାଙ୍କ ସ୍ବାମୀଙ୍କୁ ଜୀବନରୁ ମାରି ଦେବ କହି ପ୍ରଥମେ ତାଙ୍କ ସହ ଦୁଷ୍କର୍ମ କରିଥିଲା।
ସ୍ଥାନୀୟ ଥାନାରେ ତିନିଜଣ ଅଭିଯୁକ୍ତଙ୍କ ନାଁରେ ୧୦ରୁ ଅଧିକ ମାମଲା ରହିଛି। ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇ ସାରିବା ପରେ ତାଙ୍କୁ ଧମକ ଦିଆଯାଇଥିଲା। ଏ ସଂପର୍କରେ କାହା ପାଖରେ କହିଲେ ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣଙ୍କୁ ହତ୍ୟା କରାଯିବ ବୋଲି ଅବିଯୁକ୍ତମାନେ ଧମକ ଦେଇଥିଲେ। ଦୁଷ୍କର୍ମ କରିବା ପରେ ୩ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। ଏହାପରେ ପୀଡିତା ନିଜ ସ୍ବାମୀଙ୍କୁ ବନ୍ଧନରୁ ମୁକ୍ତ କରିଥିଲେ। ବିଳମ୍ବ ନ କରି ତାଙ୍କ ସ୍ବାମୀ ଥାନାରେ ଅଭିଯୁକ୍ତଙ୍କ ନାଁରେ ଏତଲା ଦେଇଥିଲେ। ଏତଲା ଦେବା ପରେ ପୋଲସ ଅଧିକାରୀ ସଂପୃକ୍ତ ତିନିଜଣ ଅଭିଯୁକ୍ତ ନାଁରେ ମାମଲା ରୁଜ୍ଜୁ କରିଛି।