ସ୍ତ୍ରୀ ଲୁଚିଛପି କରୁଥିଲା ରାସଲୀଳା, ଜାଣିଗଲେ ସ୍ୱାମୀ : ସ୍ପଟରେ ପହଞ୍ଚି ପ୍ରେମିକର ପ୍ରାଇଭେଟ ପାର୍ଟରେ କଲେ ଗୁଳିମାଡ

Published By : Prameya-News7 Bureau | July 27, 2021 IST

କେରଳ ୨୭/୭ : କେରଳର ମୁଣ୍ଡାକାଭୁ ନିକଟ ଚେଙ୍ଗଗାନୁର ଜିଲ୍ଲାରୁ ନଜର ଆସିଛି ଭୟଙ୍କର ଘଟଣା । ଏଠାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପ୍ରେମିକକୁ ଗୁଳି କରି ଆହତ କରିଛନ୍ତି । ତେବେ ଏହି ଗୁଳିମାଡରେ କେଉଁ ଅଙ୍ଗକୁ କରାଯାଇଛି ତା ଜାଣିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଯୁବକଙ୍କ ପ୍ରାଇଭେଟ ପାର୍ଟକୁ ଗୁଳିମାଡ କରିଥିଲେ ବ୍ୟକ୍ତି ।

ପୋଲିସ କହିବାକୁ ମୁତାବକ ଯେ ଆହତ ବ୍ୟକ୍ତିଙ୍କୁ ତିରୁଭାଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୋମବାର ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଘଟଣା ଜଣାଇବା ପରେ ଚେଙ୍ଗାନୁର ପୋଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇଛି । ସୂଚନା ଥାଉକି, ୪୫ ବର୍ଷୀୟ ପୀଡିତା ଅଭିଯୁକ୍ତଙ୍କ ପତ୍ନୀଙ୍କ ସହ ମୁଣ୍ଡକାଭୁରେ ରହୁଥିଲେ । ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀ ଛାଡପତ୍ର ପାଇଁ ପରସ୍ପର ଆବେଦନ କରିସାରିଛନ୍ତି ।

କିନ୍ତୁ ଶନିବାର ଦିନ ସ୍ୱାମୀ ମୁଣ୍ଡକାଭୁରେ ପହଞ୍ଚି ପ୍ରେମିକ ସହ ସ୍ତ୍ରୀର ରାସଲୀଳାକୁ ଭଣ୍ଡୁର କରିଥିଲା । ଉଭୟଙ୍କୁ ଏଭଳି ଅବସ୍ଥାରେ ଦେଖି ସ୍ୱାମୀଙ୍କ ରାଗ ବ୍ରହ୍ମ ଚଣ୍ଡାଳରେ ପରିଣତ ହୋଇଯାଇଥିଲା । ରାଗି ଯାଇ ପ୍ରେମିକର ପ୍ରାଇଭେଟ ପାର୍ଟକୁ ନିଜର ଏୟାର ପିସ୍ତଲରୁ ଗୁଳିମାଡ କରିଥିଲେ । କିଛି ମିନିଟ୍ ପରେ ପ୍ରେମିକଙ୍କୁ ଥିରୁଭାଲାର ଏକ ଘରୋଇ ମେଡିକାଲ୍ କଲେଜ ନିଆଯାଇଥିଲା ।

ଠିକ ସମୟରେ ପହଞ୍ଚିବାରୁ ଓ ସାମାନ୍ୟ ଆହତ ହୋଇଥିବାରୁ ସେ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ହଠାତ୍ ତାଙ୍କର ଯନ୍ତ୍ରଣା ବଢିବାରୁ କିଛି ଘଣ୍ଟା ପରେ ଉକ୍ତ ଡାକ୍ତରଖାନାକୁ ଫେରିଥିଲେ । ପୋଲିସ କହିଛି ଯେ ଏହି ଘଟଣାରେ କୌଣସି ଲିଖିତ ଅଭିଯୋଗ ଗ୍ରହଣ କରାଯାଇ ନ ଥିବାରୁ ଏ ବାବଦରେ କୌଣସି ମାମଲା ପଞ୍ଜିକୃତ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.