ଆତ୍ମହତ୍ୟା ପାଇଁ ଚେଷ୍ଟା କରୁଥିଲେ ପୂରା ପରିବାର, ସ୍ତ୍ରୀ ଓ ଦୁଇ ପିଲା ମୃତ, ଗୁରୁତର ଅବସ୍ଥାରେ ସ୍ବାମୀ ହସ୍ପିଟାଲରେ ଭର୍ତ୍ତି
7/11/2019 at 6:26 PM

ନୂଆଦିଲ୍ଲୀ୭/୧୧: ନୂଆଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ଓ ସ୍ତ୍ରୀଙ୍କ ସମେତ ପରିବାରର ଦୁଇଜଣ ପିଲା ମୋଟ୍ ୪ଜଣ ସଦସ୍ୟ ରଶି ଲଗାଇ ଦେଇଥିଲେ। ଏହି ଦୁର୍ଘଟଣାରେ ପରିବାର ଦୁଇଜଣ ପିଲା ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇ ଯାଇଛି। କିନ୍ତୁ ସ୍ବାମୀଙ୍କୁ ଅବସ୍ଥା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୋତିନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ପୋଲିସର ସୂଚନା ମୁତାବକ ବାମହୋରୀ ରେଗଓ୍ବା ଗାଁର ମନୋଜ କୁଶଓ୍ବାହା ନିଜ ପରିବାର ସହ ରହୁ ଥିଲେ। ସକାଳ ସମୟରେ ମନୋଜ ଓ ତାଙ୍କ ପତ୍ନୀ ପୁନମ୍, ଛୋଟ୍ ଦୁଇଜଣ ପିଲା ଜିୟା ଓ ସୋନମ ମୋଟ୍ ପରିବାର ୪ ଜଣ ସଦସ୍ୟ ରଶିରେ ଝୁଲୁଥିବା ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ସ୍ତ୍ରୀ ପୁନମ ଓ ତାଙ୍କ ଦୁଇଜଣଙ୍କ ପିଲା ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ସ୍ବୀମୀ ମନୋଜଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୋଲିସର କହିବା ଅନୁସାରେ ସେମାନେ କାହିଁକି ରଶି ଲଗାଇ ଆତ୍ମହତ୍ୟା କଲେ ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ। ସ୍ଥାନୀୟ ଲୋକ କିମ୍ବା ତାଙ୍କ ସଂପର୍କୀୟ ଲୋକ ଏ ଘଟଣା ସଂକ୍ରାନ୍ତରେ କୌଣସି ସଠିକ୍ ସୂଚନା ଦେଇ ପାରୁ ନାହାନ୍ତି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ କହିଛି।