ଭାଉଜ ସହ ଦିଅରର ଅବୈଧ ସଂପର୍କରୁ ଗୁଳିମାଡ଼, ସ୍ଵାମୀ ବନ୍ଧୁକ ସହ ଥାନାରେ କଲେ ଆତ୍ମସମର୍ପଣ

Published By : Prameya-News7 Bureau | March 16, 2019 IST

ଭାଗଲପୁର ୧୬/୩- ଭାଉଜ-ଦିଅର ସଂପର୍କକୁ ନେଇ ଗୁଳିମାଡ଼ କଲା ଭାଇ । ଅନୈତିକ ସଂପର୍କ ସନ୍ଦେହରେ ଗୁଳିକରି ଆତ୍ମସମର୍ପଣ କଲା ଭାଇ ।

ଏଭଳି ଅଭାବନୀୟ ଘଟଣା ଘଟିଛି ଭାଗଲପୁରରେ । ଭାଗଲପୁର ଥାନାରେ ଘନଶ୍ୟାମ ଦାଶ ନାମକ ଜଣେ ଯୁବକ ନିଜର ବନ୍ଧୁକ ସହ କରିଥିଲା ଆତ୍ମସମର୍ପଣ । ସେ ତାର ସ୍ତ୍ରୀ ଓ ସାନଭାଇକୁ ଗୁଳି କରିଛି ବୋଲି ପୋଲିସ ଆଗରେ କହିଥିଲା । ଏହି ଘଟଣାରେ ପୋଲିସ ଅଟକ ରଖି ପ୍ରକୃତ ଘଟଣା କଣ ଜାଣିବାକୁ ଚାହିଁଥିଲା ।

ବିନ୍ଦୁ ଥିଲା ଅଭିଯୁକ୍ତର ସ୍ତ୍ରୀ । ଅଭିଯୁକ୍ତ ଘନଶ୍ୟାମ ଓ ବିନ୍ଦୁଙ୍କର ୪ଟି ପିଲାଥିବା କଥା ପୋଲିସ କହିଛି । କିନ୍ତୁ ଘନଶ୍ୟାମ  ଥିଲା      ବେରୋଜଗାର ଓ ଅନେକ ସମୟରେ ଘରେ ରହୁ ନଥିଲା । କିନ୍ତୁ ଘନଶ୍ୟାମ ସବୁବେଳେ ବିନ୍ଦୁକୁ ସନ୍ଦେହ କରୁଥିଲା । ତା ସାନଭାଇ ନିର୍ମଳ ସହ ବିନ୍ଦୁର ଅବୈଧ ସଂପର୍କ ଅଛି ବୋଲି ସନ୍ଦେହ କରୁଥିଲା ।

ଘଟଣାଦିନ ଘନଶ୍ୟାମ ଆଧାର କାର୍ଡ଼ କରିବାକୁ ଘରକୁ ଆସିଥିଲା । କିନ୍ତୁ ଦିନରେ ଆସି କୁଆଡ଼େ ଚାଲିଯାଇଥିଲା । ଘନଶ୍ୟାମ ରାତିରେ ପୁଣିଥରେ ଆସିଥିଲା । ସେତେବେଳକୁ ଘରେ ସମସ୍ତେ ଶୋଇପଡ଼ିଥିଲେ । ସେ ବିନ୍ଦୁ ଶୋଇଥିବା ଘରକୁ ଯାଇ ଆଖିବୁଜା ଗୁଳି କରିଥିଲେ । ଏହି ଗୁଳିର ଆଓ୍ଵାଜ ଶୁଣି ସାନଭାଇ ଆସି ପହଂଚିଥିଲା । ଘମନଶ୍ୟାମ ନିର୍ମଳକୁ ମଧ୍ୟ ଗୁଳି ଚଳାଇଥିଲା । ନିର୍ମଳ ଦୌଡ଼ି ପଳାଇଯାଇଥିଲେ ମଧ୍ୟ ପଛେପଛେ ଦୌଡ଼ି ୪ ରାଉଣ୍ଡ ଗୁଳି କରିଥିଲା ।

ଏହି ଘଟଣାରେ ଗାଁର ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ସେତେବେଳକୁ ଘନଶ୍ୟାମ ଫେରାର ହୋଇଯାଇଥିଲା । ପୋଲିସ ଥାନାରେ ଘନଶ୍ୟାମ ଆତ୍ମସମର୍ପଣ କରିବା ପରେ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି । ଅନ୍ୟପଟରେ ନିର୍ମଳ ଓ ବିନ୍ଦୁକୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସଂଙ୍କଟାପନ୍ନ ଥିବା ନିର୍ମଳର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.