Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ମଦ ପାଇଁ ନିଜ ସ୍ତ୍ରୀକୁ ବି ଭଡ଼ାରେ ଲଗାଇବାକୁ ପଛାଇଲା ନାହିଁ ଘୋଡ଼ାମଦୁଆ ସ୍ଵାମୀ, ମାସେ ତଳେ ହୋଇଥିଲା ବିବାହ

19/12/2018 at 7:17 PM

କୈଥଳ ୧୯/୧୨- ନିଶାମଣିଷକୁ ଖରାପବାଟରେ ନେଇଯାଏ । ନିଶା ପାଇଁ ମଣିଷ ବିଭିନ୍ନ ଅପରାଧ କରିବାକୁ ବି ପଛାଏ ନାହିଁ । ନିଶାପାଇଁ ମଣିଷ ନିଜର ଧନ ସଂପତ୍ତି ହରାଇ ନିସ୍ଵ ହୋଇଯିବାର ଅନେକ ଉଦାହରଣ ଅଛି । ସବୁ ହରେଇସାରିବା ପରେନିଶା ଖାଇବା ପାଇଁ ଯଦି ପଇସା ନ ଥିବ କଣ କରିବ ବିଚରା କହିଲେ ??

ଆସନ୍ତୁ ସେମିତି ଜଣେଘୋଡ଼ାମଦୁଆ ସ୍ବାମୀ ବାବଦରେ ଜାଣିବା, ଯିଏ ନିଶା ପାଇଁ ନିଜ ସ୍ତ୍ରୀକୁ ଅନ୍ୟଜଣେ ଅବସରପ୍ରାପ୍ତ ପୋଲିସକର୍ମଚାରୀଙ୍କ ହାତରେ ଟେକିଦେଲା । ଶେଷରେ ନିଜ ସ୍ତ୍ରୀର ଦେହ ବଦଳରେ ମଦ ପିଇବା କେମିତି ପଡ଼ିଲା ମହଙ୍ଗାଜାଣିବା।

ଏଭଳି ଘଟଣା ଘଟିଛି ହରି୍ୟାଣାରକୈଥଳ ଜିଲ୍ଲାରେ । ଜଣେ ମଦୁଆ ବ୍ୟକ୍ତି ନିଜ ସ୍ତ୍ରୀକୁ ନେଇ ଚର୍ଚ୍ଚ ଯାଇଥିବାବେଳେ ଚିହ୍ନାହୋଇଥିଲାଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀହ୍କ ସହ । କିଛିଦିନ ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଦେଖାଦେଇଥିଲା। ଦୁଇଜଣ ବିଭିନ୍ନ ସମୟରେ ସାଙ୍ଗହୋଇ ମଦ୍ୟପାନ  ବିକରୁଥିଲେ ।

ମହିଳାଙ୍କ ସ୍ବାମୀ ପ୍ରତ୍ୟକଦିନମଦ ପିଉଥିବାରୁ ପଇସାପତ୍ର ପାଖରେ ରହୁ ନ ଥିଲା । ସେ ସାଙ୍ଗମାନଙ୍କ ଠାରୁ ଧାର କରଜ କରି ଋଣଗ୍ରସ୍ତହୋଇଯାଇଥିଲାଯେ, ସେମାନଙ୍କୁ ବି ଲୁଚି ବୁଲୁଥିଲା । ମହିଳାଙ୍କ ସ୍ଵାମୀ କୌଣସି କାମଧନ୍ଦା ବି କରୁନ ଥିଲେ ।

ଦିନେ ତାଙ୍କ ସହ ଘନିଷ୍ଠହୋଇଥିବା ପୋଲିସଙ୍କୁ ପ୍ରସ୍ତାବଟିଏ ଦେଲେ । ନିଜ ସ୍ତ୍ରୀକୁ କିଛିଦିନ ପାଇଁ ତାଙ୍କ ପାଖରେ ଛାଡ଼ିଦେବେବୋଲି କହିଥିଲେ । ଏହା ବଦଳରେ କିଛି ଅର୍ଥ ବି ଦାବୀ କରିଥିଲେ । ଅବସର ନେଇଥିବା ପୋଲିସକର୍ମୀ ବିରାଜି ହୋଇଯାଇଥିଲେ । କାରଣ ତାଙ୍କ ସ୍ତ୍ରୀ କିଛିଦିନ ହେବ ମରିଯାଇଥିଲା ।

ମହିଳାଙ୍କ ସ୍ଵାମୀ ମହିଳାଙ୍କୁନେଇ ସେଇ ପୋଲିସଙ୍କ ଘରେ ଛାଡ଼ିଦେଇଆସିଥିଲା । ମହିଳାଙ୍କୁ ଏ ବାବଦରେ କିଛି ଜଣା ନ ଥିଲା ।ମହିଳାଙ୍କୁଛାଡ଼ିଚାଲିଆସିବା ପରେ  ସେହି ବୟସ୍କ ପୋଲିସକର୍ମୀ ତାଙ୍କୁବନ୍ଦୀ କରି  ଗୋଟେ ଘରେ ରଖିଥିଲେ । ମହିଳାଙ୍କ ସହଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ଏହିଭଳି ପରିସ୍ଥିତରେ ମହିଳା ନିଜର ବୁଦ୍ଧି ଖଟାଇପଳାଇଆସି ପୋଲିସରେ ଜଣାଇଥିଲେ । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ଓ ଅବସରପ୍ରାପ୍ତ ପୋଲିସକର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳାଙ୍କ ସ୍ଵାମୀ ଆଗରୁ ବିବାହ କରିଥିଲେ । ମଦପିଇବାକୁନେଇ ପାରିବାରିକ ଝଗଡ଼ା ଲାଗି ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡ଼ିଚାଲିଯାଇଥିଲା । ମାସକ ପୂର୍ବରୁ ପୁଣିଥରେତାଙ୍କୁ ବିବାହ କରିଥିବା କଥା ମହିଳା ଥାନାରେ ଅଭିଯୋଗ ଆଣିଛନ୍ତି ।

   Related Posts