ବିଷପିଇ ସ୍ତ୍ରୀ ମରିଗଲାପରେ ସ୍ଵାମୀ ବି ପିଇଦେଲା ବିଷ, ଜାଣିବା ଆସନ୍ତୁ କଣ ଥିଲା ଘଟଣା

Published By : Prameya-News7 Bureau | December 11, 2018 IST

ଭୋପାଳ;୧୧/୧୨- ଭଲପାଇ ବାହା ହୋଇଥିଲେ । ସାରା ଜୀବନ ସାଥି ହୋଇ ରହିବାକୁବି ପରସ୍ପରକୁ ପ୍ରତିଶୃତି ଦେଇଥିଲେ । ହେଲେ ଭଲ ପାଇବାକୁ ବଂଚେଇ ରଖିଲେ ସିନା ହେଲେ ନିଜେ ବଂଚିରହିପାରିଲେନି ସବୁଦିନ । ସ୍ତ୍ରୀ ବିଷ ପିଇ ମରିଗଲା ପରେ ସ୍ଵାମୀ ବି ବିଷ ପିଇ ଦେଖାଇଦେଲା ତା ଭଲପାଇବାର  ପ୍ରମାଣ ।

ଏଭଳି ଏକ ଘଟଣା ଘଟିଛି ଭୋପାଳର ବରଖେଡ଼ା ଦେବାସରେ । ନୀତା ଦାଙ୍ଗୀ ସହ୨୬ ବର୍ଷିୟ ସୁରେନ୍ଦ୍ର ଦାଙ୍ଗୀ ୧୦  ମାସ ତଳେ କରିଥିଲାପ୍ରେମ ବିବାହ । ବୈବାହିକ ଜୀବନ ସୁରୁଖୁରୁରେ ଚାଲିଥିବା ବେଳେ ହଠାତ ସେମାନଙ୍କୁ ସାମନା କରିବାକୁପଡ଼ିଥିଲା ଗୋଟେ ଦୁର୍ଘଟଣା । ହେଲେ କେହି ବି ବର୍ତ୍ତିପାରିଲେନି ଏ ଦୁର୍ଘଟଣାରୁ । ଦୁଇ ଜଣ ଆଗପଛହୋଇ ବାଟ କାଟିଥିଲେ ଆରପାରିକୁ ।

ସୁରେନ୍ଦ୍ର ଖବର ପାଇଲା ନୀତା ବିଷ ପିଇ ଡ଼ାକ୍ତରଖାନାରେ ଚିକିତ୍ସା ହେଉଛି। ସାଙ୍ଗେସାଙ୍ଗେ ଡ଼ାକ୍ତରଖାନକୁ ଧାଇଁ ଯାଇଥଲା ସୁରେନ୍ଦ୍ର । ହେଲେ ନୀତାର ଅବସ୍ଥା ଭଲ ନଥିଲା ।ଅତି ଗୁରୁତର ଭାବେ ଜୀବନ ସହ ସଂଗ୍ରାମ କରୁଥିଲା ସେ । ସୁରେନ୍ଦ୍ର ଡ଼ାକ୍ତରଖାନା ବାରଣ୍ଡାରେ ଅପେକ୍ଷାକରିଥିଲା-ନୀତାର ଭଲହେବା ଖବର ଶୁଣିବାକୁ ।କିନ୍ତୁ ନୀତାର ମୃତ୍ୟୁ ଖବର ସୁରେନ୍ଦ୍ର ଶୁଣିବା କ୍ଷଣିନିଜ ଉପରୁ ଭାରସମ୍ୟ ହରାଇ ଦେଇଥିଲା । ସେ ମଧ୍ୟ ଡ଼ାକ୍ତରଖାନାର ୧୦୦ ମିଟର ଦୂରକୁ ଯାଇ ବିଷ ପିଇଦେଇଥିଲା। ଏ ଖବର ତା ମାଆଙ୍କୁ ହ୍ଵାଟସଆପରେ ମେସେଜ ଲେଖି ପଠାଇଦେଇଥଲା । ପରିବାର ଲୋକ ଆସିବା ବେଳକୁ ସୁରେନ୍ଦ୍ରମଧ୍ୟ ଗୁରୁତର ହୋଇପଡ଼ିଥିଲା । ସୁରେନ୍ଦ୍ରକୁ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ପୂର୍ବରୁ  ମୃତ୍ୟୁବରଣ କରିସାରିଥିଲା ।

ସୁରେନ୍ଦ୍ର ବିଷପିଇ ମୃତ୍ୟୁବରଣ କଲାନି ବଂର ପ୍ରମାଣିତ କରିଦେଇଗଲା କଣଥିଲା ତାଙ୍କର ପ୍ରକୃତ ପ୍ରେମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.