ଘର ଭିତରେ ପଡୋଶୀ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲା ସ୍ବାମୀ, ବାହାରେ ଜଗିଥିଲା ସ୍ତ୍ରୀ

Published By : Prameya-News7 Bureau | April 09, 2021 IST

ରାମପୁର ୯।୪: ରାମପୁରର ଗଞ୍ଜ କୋତୱାଲି ଅଞ୍ଚଳରେ ନାବାଳିକାଙ୍କ ସହ ପଡୋଶୀ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ତାଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ସମର୍ଥନ କରିଥିଲେ । ଯେତେବେଳେ ନାବାଳିକା କାନ୍ଦି କାନ୍ଦି ତାଙ୍କ ବାପା-ମାଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ, ସେତେବେଳେ ତାଙ୍କର ହୋସ୍ ଉଡିଯାଇଥିଲା । ତାଙ୍କ ମା’ ପୋଲିସ ଷ୍ଟେସନରେ ପହଞ୍ଚି ଏତଲା ଦେଇଥିଲେ । ପୋଲିସ ସ୍ବାମୀ-ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହି ମାମଲା ଗଞ୍ଜ କୋତୱାଲି ଅଞ୍ଚଳର ଅଟେ । ୧୪ ବର୍ଷ ନାବାଳିକା ହୋଲି ଦିନ ତାଙ୍କ ମା’ଙ୍କ ସହ ପଡୋଶୀଙ୍କ ଘରକୁ ଯାଇଥିଲେ । ପଡୋଶୀ ଜଣଙ୍କ ତାଙ୍କ ବାପାଙ୍କର ଘନିଷ୍ଠ ବନ୍ଧୁ ଥିଲେ । ଯେତେବେଳେ ନାବାଳିକା ଜଣଙ୍କ ତାଙ୍କ ମା’ଙ୍କ ସହିତ ଘରକୁ ଯିବାକୁ ବାହାରିଥିଲେ, ସେତେବେଳେ ପଡୋଶୀ ତାଙ୍କୁ ଅଟକାଇ କହିଥିଲେ ଯେ, ସେ ପରେ ଯିବେ । ମା’ ନିଜ ଝିଅକୁ ଛାଡି ଚାଲିଯାଇଥିଲେ । ମା’ ଚାଲିଯିବା ପରେ ପଡୋଶୀଙ୍କ ପତ୍ନୀ ନାବାଳିକାଙ୍କୁ ତାଙ୍କ ସ୍ବାମୀଙ୍କ ସହ ଏକ ରୁମ୍ ରେ ବନ୍ଦ କରି ଦେଇଥିଲେ ଯେଉଁଠାରେ ତାଙ୍କ ସ୍ବାମୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ।

ପରେ ବାହାରକୁ ଆସି ପଡୋଶୀ ଜଣଙ୍କ ତାଙ୍କୁ ଧମକ ଦେଇ ଚୁପ୍ ରହିବାକୁ କହିଥିଲା । ଦୁଇ ଦିନ ତଳେ ନାବାଳିକା ଜଣଙ୍କ କାନ୍ଦି କାନ୍ଦି ତା ବାପା-ମା’ଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ । ଏହାପରେ ନାବାଳିକାଙ୍କ ମା’ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ସେ ପୁରା ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ନାବାଳିକାଙ୍କ ମା’ ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ପରେ ପୋଲିସ ୟେମେନ ଖାନ ଏବଂ ତାଙ୍କ ପତ୍ନୀ ରୁମାନା ବେଗମଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲା । ଗଞ୍ଜ ଇନ୍ସପେକ୍ଟର ରାମଭୀର ସିଂ ଯାଦବ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଉଛି ।  ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.