ସ୍ତ୍ରୀ କହିଲା ବଦଳିଯାଅ, ଇଞ୍ଜିନିୟର ସ୍ବାମୀ କହିଲା ତୁ ଯା’ ତାକୁ ଛାଡ଼ିବିନି: ଥାନାରେ ହାଇଡ୍ରାମା ଦେଖି ପୋଲିସ କାବା

Published By : Prameya-News7 Bureau | January 20, 2021 IST

ବାନ୍ଦା ୨୦/୦୧: ‘ପତି ପତ୍ନୀ ଔର ଓ୍ବୋ’ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ପ୍ରେମିକା ମୋହରେ ନିଜ ସ୍ତ୍ରୀକୁ ଛାଡ଼ିବାକୁ ବି ପଛାଇଲେ ନାହିଁ ଜଣେ ଜେଇ। ପ୍ରେମିକା ସହ ଫୋନରେ ଅନବରତ ଗପୁଥିବା ବେଳେ ଏହାକୁ ନେଇ ସ୍ତ୍ରୀ ବାରମ୍ବାର ଆପତ୍ତି ଉଠାଉଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ସ୍ବାମୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଥିଲା। ସ୍ତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିପକାଉଛି ସ୍ବାମୀ । ଲକ୍‌ଡାଉନ୍‌ ସମୟରେ ମାମଲା ଥାନାରେ ପହଞ୍ଚିଥିଲା। ରସିକିଆ ସ୍ବାମୀକୁ ଦୁଇ ପାହାର ଦେଇ ସୁଧୁରିଯିବାକୁ ତାଗିଦ କରିଥିଲା ପୋଲିସ। କିନ୍ତୁ ପ୍ରକୃତି ନୈବ ମୋଚ୍ୟତେ ଢ଼ଙ୍ଗରେ ରସିକିଆ ସ୍ବାମୀ କିନ୍ତୁ ପ୍ରେମିକାକୁ ଛାଡ଼ିବାକୁ ନାରାଜ।

ପୁଣିଥରେ ସ୍ବାମୀ ପ୍ରେମିକ ସହ ଢ଼ାବାକୁ ଯାଇଛି ବୋଲି ଖବର ମିଳିବା ପରେ ସ୍ତ୍ରୀ ଓ ଶଳା ତାକୁ ଧରିବା ପାଇଁ ପହଞ୍ଚିଥିଲେ। ନିଜ ପ୍ରେମିକା ସହ ଦୋସା ଖାଉଥିଲା ରସକିଆ ସ୍ବାମୀ। ଏହି ସମୟରେ ନିଜ ସ୍ତ୍ରୀକୁ ଦେଖି କାରରେ ପ୍ରେମିକା ଛୁ ମାରିବାକୁ ଉଦ୍ୟମ କରିଥିଲା ସ୍ବାମୀ। କିନ୍ତୁ ସ୍ତ୍ରୀ କାରକୁ ଅଟକାଇବାକୁ ଯାଇ ଆହତ ହୋଇଥିଲା। ଏହି ସମୟରେ ମହିଳାଙ୍କ ଭାଇ ପୋଲିସକୁ ଫୋନ କରି ଘଟଣାସ୍ଥଳକୁ ଡାକିଥିଲେ। ପୋଲିସ ପହଞ୍ଚି ସ୍ବାମୀ, ସ୍ତ୍ରୀ ଓ ପ୍ରମିକାକୁ ଥାନାକୁ ନେଇଥିଲା।

ଥାନାରେ ଆରମ୍ଭ ହୋଇଥିଲା ହାଇଡ୍ରାମା। ସ୍ତ୍ରୀ କହୁଥିଲା ସ୍ବାମୀ ବଦଳିଯାଉ। କିନ୍ତୁ ସ୍ବାମୀର ଏକା ଜିଦ ସ୍ତ୍ରୀ ଛାଡ଼ପତ୍ର ଦେଇଦେଉ କିନ୍ତୁ ପ୍ରେମିକାକୁ ମୁଁ ଛାଡ଼ିବିନି। ସ୍ବାମୀ ଲକ୍‌ଡାଉନ୍‌ ପାଖରୁ ରାତି ସାରା ଫୋନ୍‌ରେ କଥା ହେଉଛନ୍ତି। କିନ୍ତୁ ପ୍ରତିବାଦ କଲେ ମାରପିଟ କରୁଛନ୍ତି ବୋଲି ସ୍ତ୍ରୀ ଅଭିଯୋଗ କରିଛି । ଘଟଣାଟି ଉତ୍ତରପ୍ରଦେଣ ବାନ୍ଦାରେ ଘଟିଛି। ସ୍ବାମୀ ଉତ୍ତରାରେ କୋଚିଂ ନେଉଥିବା ଏକ ଝିଅକୁ ପ୍ରେମ କରୁଛି। ତେବେ ମହିଳାଙ୍କ ସ୍ବାମୀ ଜଣେ ଜେଇ। ଏହି ମାମଲାରେ ସ୍ତ୍ରୀ କୌଣସି ଏତଲା ଦେଇନାହାନ୍ତି। ତେଣୁ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇନାହିଁ କି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ସିଭିଲ ଲାଇନ୍‌ ଚୌକି ପ୍ରଭାରୀ ନନ୍ଦରାମ ପ୍ରଜାପତି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.