Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବିବାହ ପରେ ବି ପ୍ରେମିକ ସହ ଥିଲା ସ୍ତ୍ରୀର ସମ୍ପର୍କ, ଉଭୟଙ୍କ ସମ୍ପର୍କକୁ ସ୍ୱୀକୃତି ଦେବାକୁ ସ୍ୱାମୀ କଲେ ଯୋଜନା ; ଫିଲ୍ମ ଷ୍ଟାଇଲରେ ଦେଲେ ଛାଡପତ୍ର

16/10/2021 at 12:36 PM

ନୂଆଦିଲ୍ଲୀ ୧୬।୧୦: ବାହାଘର ହେଲା, କିନ୍ତୁ ଏବେବି ସ୍ତ୍ରୀ ମନରେ ଥିଲା ତାଙ୍କର ପୁରୁଣା ପ୍ରେମିକ । ସ୍ୱାମୀ ଏକଥା ଜାଣିଲେ । ଆଉ ଫିଲ୍ମ ଷ୍ଟାଇଲ୍‌ ସ୍ତ୍ରୀଙ୍କୁ ଛାଡପତ୍ର ଦେଲା ସ୍ୱାମୀ । ଘଟଣାଟି କାହାଣୀ ନୁହେଁ ପୁରା ସତ । ସ୍ତ୍ରୀଙ୍କୁ ନିଜ ପ୍ରେମିକ ସହ ବିବାହ କରିବାକୁ ସ୍ୱାମୀ ରଚିଥିଲା ଏପରି କାହାଣୀ ।

ଖବର ଅନୁଯାୟୀ, ଜାନୁଆରୀ ୨୦୨୧ରେ  ୨ଜଣ ନାଗପୁରରେ ଧୁମ୍‌ଧୁମାରେ ବିବାହ ହୋଇଥିଲା । ଯୁବତୀ ଜଣଙ୍କ ଗ୍ୱାଲିଓ୍ୱାର ହୋଇଥିବା ବେଳେ ଯୁବକ ଜଣଙ୍କ ନାଗପୁର ଅଞ୍ଚଳର । ନାଗପୁରରେ ୨ଜଣଙ୍କ ବିବାହ ହୋଇଥିଲା । ବିବାହ ପରେ ସ୍ତ୍ରୀ ନିଜର ପୁରୁଣା ପ୍ରେମ ସଂପର୍କରେ ବିଷୟରେ ସ୍ୱାମୀଙ୍କୁ କହିଥିଲା । ଏହା ଶୁଣି ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କି- ତୁମେ ଯଦି ତାଙ୍କୁ ଭଲ ପାଉଥିଲ, ତେବେ ବିବାହ ପାଇଁ ରାଜି କାହିକିଁ ହେଲ । ପରିବାର ଲୋକ କଣ ପାଇଁ ଏତେ ଧୁମ୍‌ଧାମ୍‌ରେ ବିବାହ କରିଥିଲେ । ଏହା ଶୁଣି ସ୍ତ୍ରୀ ଜଣଙ୍କ କାନ୍ଦିଥିଲେ । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ତର୍କ ବିତର୍କ ହୋଇଥିଲା । ଏହାପରେ ଏହି କଥା ପରିବାର ଲୋକଙ୍କ କାନକୁ ଗଲା । ସଂପର୍କ ଖରାପ ହେବା ଅନୁମାନ କରି ପରିବାର ଲୋକେ ମାମଲାକୁ ସମାଧାନ କରିବାକୁ ବହୁତ ଚେଷ୍ଟା କରିଥିଲେ ।

ତେବେ ବିବାହର ୩ଦିନ ପରେ ସ୍ତ୍ରୀ ନିଜ ଘରକୁ ଫେରିଯାଇଥିଲେ । ସେପଟେ ଯୁବକ ଜଣଙ୍କ  ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ । କରୋନା ସଂକ୍ରମଣ ପାଇଁ କୋର୍ଟ କାର୍ଯ୍ୟ ବନ୍ଦ ରହିଥିଲେ । ଯାହାକୁ ନେଇ ମାମଲାରୁ ଶୁଣାଣିରେ ବିଳମ୍ବ ହେଉଥିଲା । ତେବେ ପରିସ୍ଥିତିରେ ସୁଧାର ଆସିବା ପରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ଫ୍ୟାମିଲି କୋର୍ଟ ଛାଡପତ୍ର ଆବେଦନକୁ ଗ୍ରହଣ କରିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ଏବେ ଛାଡପତ୍ର ପରେ ମହିଳା ଜଣଙ୍କ ୨ୟ ବିବାହ କରିଛନ୍ତି ।

   Related Posts