ଆଗପଛ ହୋଇ ଚାଲିଗଲେ: ଟ୍ରେନ ଲାଇନରେ ସ୍ବାମୀଙ୍କ ଆତ୍ମହତ୍ୟା ଖବର ପାଇ ଝିଅ ସହ ରଶିରେ ଝୁଲିଲେ ପତ୍ନୀ

Published By : Prameya-News7 Bureau | December 14, 2019 IST

ନୋଇଡ଼ା୧୪/୧୨: ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ଖବର ପାଇବା ପରେ ପାଞ୍ଚ ବର୍ଷର ଝିଅ ଓ ପତ୍ନୀ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ନୋଇଡାରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ମୃତ ବ୍ୟକ୍ତି ଏକ ଘରୋଇ କମ୍ପାନୀରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ୩୧ ବର୍ଷ ବୟସ୍କ ମୃତ ଭରତ ଚେନ୍ନାଇର ବାସିନ୍ଦା। ନୋଇଡାରେ ଥିବା ଗୋଲଡ୍‌ ଟିପ୍ସ ଚାହା କମ୍ପାନୀରେ ଭରତ ଜେନେରାଲ ମ୍ୟାନେଜର ଥିଲେ। ନୋଇଡାର ସେକ୍ଟର ୧୨୮ର ଜେବି ପାଭେଲିୟନ ସୋସାଇଟିରେ ଭରତ ଓ ତାଙ୍କ ପତ୍ନୀ ଶିବରଞ୍ଜନୀ ଏବଂ ପାଞ୍ଚ ବର୍ଷର ଝିଅ ଜୟଶ୍ରୀ ରହୁଥିଲେ। ମୃତ ଶବରଞ୍ଜନୀ ହାଇସ୍‌ଓ୍ବାଇଫ୍‌ ଥିଲେ ଏବଂ ଛୋଟ ଝିଅ ନର୍ସରୀରେ ପଢ଼ୁଥିଲେ।

ଗତ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୩୦ ମିନିଟ୍‌ରେ ଜବାହରଲାଲ ନେହରୁ ୟୁନିଭର୍ସିଟି ମେଟ୍ରୋ ଷ୍ଟେସନ​‌ରେ ଭରତ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭରତଙ୍କ ମୃତ ଦେହ ଉଦ୍ଧାର କରି ମନୋହର ଲୋହିୟା ହସ୍ପିଟାଲକୁ ପଠାଇଥିଲା। ଏହା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ।ଏହି ଖବର ପାଇବା ପରେ ଭରତଙ୍କ ପତ୍ନୀ ଓ ତାଙ୍କ ପାଞ୍ଚ ବର୍ଷ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେ କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ତା'ର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.