କାନ୍ଥ ଭୁଶୁଡି ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର

Published By : Prameya-News7 Bureau | August 07, 2018 IST

କେନ୍ଦୁଝର ୭/୮ : ଆନନ୍ଦପୁର ଘଷିପୁରା ଥାନା ପଞ୍ଚୁପଲ୍ଲି ଗାଁରେ ଅଘଟଣ ଘଟିଛି । ଘର କାନ୍ଥ ପଡି ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମଙ୍ଗଳବାର ରାତିରେ ଭାଷ୍କର ଦେହୁରି ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଦେହୁରି ଘରେ ଶୋଇଥିବାବେଳେ କାନ୍ଥ ପଡିଯାଇଥିଲା । ଘଟଣାସ୍ଥଳରେ ଭାସ୍କରଙ୍କ ମୃତ୍ୟୁ ହୋଇଥିବାବେଳେ ତିଳୋତ୍ତମାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡିପଡିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.