ବାଇକ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର
29/06/2019 at 3:21 PM

ଢେଙ୍କାନାଳ ୨୯|୬: ଢେଙ୍କାନାଳ ପଣ୍ଡୁଆ ଜିରାଳ ପୂର୍ତ୍ତ ବିଭାଗ ରାସ୍ତାରେ ଘଟିଛି ସଡକ ଦୁର୍ଘଟଣା । ଢେଙ୍କାନାଳ ଅଭିମୁଖେ ବାଇକ୍ ରେ ଆସୁଥିବାବେଳେ ଦମ୍ପତ୍ତିଙ୍କୁ ଯାତ୍ରୀବାହୀ ବସ୍ ଧକ୍କା ଦେଇଛି । ଘଟଣାସ୍ଥଳରୁ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମେଡିକାଲ ଯିବା ରାସ୍ତାରେ ସ୍ବାମୀ ଗତିକୃଷ୍ଣ ଖୁଣ୍ଟିଆଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଅହଲ୍ୟା ଖୁଣ୍ଟିଆଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦମ୍ପତ୍ତିଙ୍କ ଘର କାମାକ୍ଷାନଗର ମଠକରଗୋଳା ଗାଁରେ ବୋଲି ଜଣାପଡିଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଯାତ୍ରୀବାହୀ ବସ୍ କୁ ଜବତ କରିଛି ।
Related Posts
ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
21 April 2021
ବ୍ଲାକ କମାଣ୍ଡୋ କହି ଠକିଲେ ଲକ୍ଷ ଲକ୍ଷ ଟଙ୍କା, ଏବେ ଥାନାରେ…
21 April 2021
ଜମି ପାଇଁ ଗଲା ଭକ୍ତଙ୍କ ଜୀବନ, ଅଭିଯୁକ୍ତ ଫେରାର
21 April 2021