ସ୍ତ୍ରୀକୁ ହତ୍ୟା କରି ସିନ୍ଦୂକ ଭିତରେ ଲୁଚାଇଥିଲା ,୩ଦିନ ପରେ ଦୁର୍ଗନ୍ଧରୁ ସୁରାକ ପାଇଗଲେ ଆତ୍ମୀୟ

Published By : Prameya-News7 Bureau | July 07, 2020 IST

ସାଗର ୭/୭: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ମୋତିନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଏଠାକାର ଭଗତ ସିଂହ ଓ୍ବାର୍ଡ଼ରେ ଶେରସିଂହ ଅହିରଓ୍ବାର ପତ୍ନୀ ଭାରତୀଙ୍କୁ ହତ୍ୟା କରି ତାଙ୍କୁ ସିନ୍ଦୂକରେ ଲୁଚାଇ ଦେଇଛି।

{"id":297296,"width":587,"height":513,"sizeSlug":"large"}

ମୃତକଙ୍କ ପରିବାର ଲୋକେ କହିଛନ୍ତି ଯେ ୩ଦିନ ତଳେ ତାଙ୍କ ଝିଅ ବାପଘରୁ ଶାଶୁଘରକୁ ଫେରିଥିଲେ ଏବଂ ଏହା ପରଠୁ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା।

{"id":297297,"width":589,"height":629,"sizeSlug":"large"}

୩ଦିନ ଯାଏଁ କିଛି ଜଣାନପଡ଼ିବାରୁ ମୃତକ ମହିଳାଙ୍କ ପରିବାର ଲୋକେ ଘରକୁ ପହଞ୍ଚିଥିଲେ। ଘରେ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ଆଖପାଖ ଦେଖିବାରୁ ସିନ୍ଦୂକରେ ତାଙ୍କ ଶବ ପଡ଼ିଥିଲା। ଏହା ପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ।

{"id":297299,"width":591,"height":538,"sizeSlug":"large"}

ମୃତକଙ୍କ ସ୍ବାମୀକୁ ପୋଲିସ୍ ଜୋର କରି ପଚାରିବାରୁ ସେ ସବୁ କଥା ମାନିଥିଲା। ୩ଦିନ ତଳେ ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରି ଦେଇଥିଲା ଅଭିଯୁକ୍ତ ସ୍ବାମୀ।

{"id":297300,"width":589,"height":474,"sizeSlug":"large"}

ମୋତି ନଗର ପୋଲିସ୍ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.