ସ୍ବାସ୍ଥ୍ୟକର୍ମୀଙ୍କ ଗଳା କାଟିଲା ସୈତାନ ସ୍ବାମୀ : ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ

Published By : Prameya-News7 Bureau | July 08, 2020 IST

ନିଆଳି ୮/୭:ପରକୀୟା ପ୍ରୀତି ସନ୍ଦେହରେ ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଛି। ଏଭଳି ଘଟଣା ଘଟିଛି  କଟକ ସଦର ଥାନା ମହୁରା ସରକାରୀ ବିଦ୍ୟାଳୟର କୋଠରୀରେ।

{"id":297691,"sizeSlug":"large"}

 ମହିଳା ସ୍ନାସ୍ଥ୍ୟକର୍ମୀଙ୍କୁ ଛୁରି ଭୁଷି ହତ୍ୟା କରିଛି ସ୍ଵାମୀ । ମହିଦରପଡା ସ୍ଵାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଆଠଗଡ଼ ଅଞ୍ଚଳର ପ୍ରୀତି ପ୍ରଧାନ ମହିଳା ସ୍ଵାସ୍ଥ୍ୟକର୍ମୀ ଥିଲେ | ଆଜି ବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ସ୍ୱାମୀ ଅଶୋକ ସାହୁ ପହଞ୍ଚି ଛୁରିରେ ଆକ୍ରମଣ କରି ବେକକୁ କାଟି ବାହାରକୁ ଆଣି ବାରଣ୍ଡାରେ ବସିଥିଲେ।  ଖବର ପାଇ କଟକ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟା କରି ସ୍ଵାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ପରକିଆ ପ୍ରୀତିରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.