Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ପତ୍ନୀଙ୍କ ସଫେଇ ଅଭ୍ୟାସରୁ ଚିନ୍ତିତ ସ୍ୱାମୀ: ଧୋଇ ଦେଲେ ଲାପଟପ-ମୋବାଇଲ, ବିରକ୍ତ ହୋଇ ଛାଡପତ୍ର ମାଗିଲେ ସ୍ୱାମୀ

2/12/2021 at 3:07 PM

ବେଙ୍ଗାଲୁରୁ ୦୨/୧୨ : ଓବସେସିଭ କମ୍ପଲସିଭ ଡିସଅର୍ଡର (OCD), ଏମିତି ଏକ ମାନସିକ ରୋଗ ଯେଉଁଥିରେ ରୋଗୀ ଗୋଟିଏ କାମକୁ ବାରମ୍ବାର ଦୋହରାଇଥାଏ। ବେଙ୍ଗାଲୁରୁରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି କୁହାଯାଉଛି ଯେ ମହିଳା ଜଣକ ଓସିଡ଼ିରେ ପୀଡିତ। ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ସଫେଇ ଅଭ୍ୟାସକୁ ନେଇ ଏତେ ଚିନ୍ତିତ ଯେ ସେ ତାଙ୍କୁ ଛାଡପତ୍ର ମାଗିଛନ୍ତି। ଏପଟେ ମହିଳା ମଧ୍ୟ ସ୍ୱାମୀର ବ୍ୟବହାରକୁ ଅସାମାନ୍ୟ ବୋଲି କହିଛନ୍ତି ଏବଂ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ବିଚାର କରୁଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, ସନ୍ଧ୍ୟା ଓ ଗିରିଶ (ଛଦ୍ମ ନାମ)ଙ୍କ ବିବାହ ୨୦୦୯ ରେ ହୋଇଥିଲା। ବିବାହ ପରେ ଗିରିଶଙ୍କ ଚାକିରୀ ପାଇଁ ଇଂଲଣ୍ଡ ଯିବାକୁ ପଡିଲା। ତାଙ୍କ ସହ ସନ୍ଧ୍ୟା ମଧ୍ୟ ଗଲେ। ସବୁ କିଛି ଠିକ ଚାଲିଥିଲା। ବିବାହର ଦୁଇ ବର୍ଷ ପରେ ଏକ ଶିଶୁ ଜନ୍ମ ହେଲା। ତାପରେ ସ୍ଥିତି ବିଗିଡ଼ିବାରେ ଲାଗିଲା | ଅଫିସ ଫେରିବା ପରେ ସନ୍ଧ୍ୟା ପ୍ରତିଦିନ ଜୋତା, ଡ୍ରେସ, ଫୋନ ଆଦି ସଫା କରିବାକୁ ସ୍ୱାମୀଙ୍କୁ ବାଧ୍ୟ କରୁଥିଲେ ଯେଉଁଥିପାଇଁ ସେ ହଇରାଣ ହୋଇଯାଉଥିଲେ। ବ୍ରିଟେନରୁ ଫେରିବା ପରେ ସ୍ୱାମୀ-ସ୍ତ୍ରୀ ଫ୍ୟାମିଲି କାଉନସିଲର ସାହାଯ୍ୟ ନେଇଥିଲେ ଓ ସ୍ଥିତି ସୁଧୁରିବାରେ ଲାଗିଲା। ଏହାପରେ ଆଉ ଏକ ଶିଶୁ ଜନ୍ମ ହୋଇଥିଲା।

ରିପୋର୍ଟ ଅନୁଯାୟୀ, କୋଭିଡ ପରେ ସନ୍ଧ୍ୟାଙ୍କ ଓସିଡ଼ି ସ୍ଥିତି ଆହୁରି ଗୁରୁତର ହେଲା। ସେ ଘରେ ଥିବା ସବୁ ଜିନିଷକୁ ସଫା ଓ ସାନିଟାଈଜ କରିବାକୁ ଲାଗିଲେ। ବେଙ୍ଗାଲୁରୁ ସିଟି ପୋଲିସର ସିନିୟର କାଉନସିଲ ଭିଏସ ସରସ୍ବତୀ କହିଛନ୍ତି ଯେ, ଲକଡାଉନ ବେଳେ ଗିରିଶ ଘରୁ କାମ କରୁଥିଲେ। ପତ୍ନୀ ତାଙ୍କ ଲାପଟପ ଓ ମୋବାଇଲ ଫୋନ ଧୋଇ ଦେଲେ। ନିଜ ଅଭିଯୋଗରେ ଗିରିଶ କହିଛନ୍ତି ଯେ ସନ୍ଧ୍ୟା ଦିନକୁ ୬ ଥର ଗାଧାନ୍ତି ଏବଂ ଗାଧୋଇବା ସାବୁନ ସଫା କରିବାକୁ ଆଉ ଗୋଟିଏ ସାବୁନ ବ୍ୟବହାର କରନ୍ତି।

ଗତ ବର୍ଷ ସନ୍ଧ୍ୟାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ସ୍ୱାମୀ ଓ ପିଲାଙ୍କୁ ଜବରଦସ୍ତି ଘରୁ ବାହାରେ ରଖିଲେ ଓ ୩୦ ଦିନ ଯାଏଁ ଘର ସଫା କଲେ। କାଉନସିଲର କହିଛନ୍ତି, ସ୍ୱାମୀ ଓ ପିଲାମାନେ ଘରକୁ ଫେରିବା ପରେ ସନ୍ଧ୍ୟା ସେମାନଙ୍କୁ ୟୁନିଫର୍ମ ଓ ଜୋତା ଧୋଇବାକୁ ବାଧ୍ୟ କରୁଥିଲେ। ଏହାପରେ ଗିରିଶ ପିଲାଙ୍କୁ ଧରି ନିଜ ବାପା-ମା’ଙ୍କ ପାଖକୁ ଚାଲି ଆସିଲେ। ଏହାପରେ ସନ୍ଧ୍ୟା ପୋଲିସ ପାଖରେ ଅଭିଯୋଗ କରିଥିଲେ।

ପୋଲିସ ଏହି ମାମଲାକୁ ପରିହାରକୁ ରେଫର କରିଛନ୍ତି ଯେଉଁଠି କାଉନସିଲର ଏହାକୁ ଗମ୍ଭୀର ଓସିଡ଼ି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଏବଂ ମହିଳାଙ୍କୁ ସାହାଯ୍ୟ ଆବଶ୍ୟକ ବୋଲି କହିଛନ୍ତି। କାଉନସିଲର କହିଛନ୍ତି ଯେ ସନ୍ଧ୍ୟା ଠିକ ଅଛନ୍ତି। ସେ ତାଙ୍କର ସଫେଇ ଅଭ୍ୟାସକୁ ମଧ୍ୟ ସାମାନ୍ୟ ବୋଲି କହିଛନ୍ତି।

   Related Posts