ବଜ୍ରାଘାତରେ ସ୍ୱାମୀ ମୃତ , ଅଳ୍ପକେ ବର୍ତ୍ତିଲେ ସ୍ତ୍ରୀ

Published By : Prameya-News7 Bureau | September 02, 2019 IST

ବେତନଟୀ ୨।୯- ବେତନଟୀ ଥାନ ଅଞ୍ଚଳରେ  ବଜ୍ରାଘାତରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଅଲ୍ପକେ ବର୍ତ୍ତିଯାଇଛନ୍ତି । ବେତନଟୀ ଥାନା ଦହିକୋଟି ଗ୍ରାମର ଧନଞୟ ସିଂ ଓ ତାଙ୍କର ସ୍ତ୍ରୀ ସବିତା ସିଂ ଧାନ କ୍ଷେତକୁ କାମ କରିବା ପାଇଁ ଯାଇଥିଲେ । ଦ୍ବିପ୍ରହର ସମୟରେ ଖାଇ ସାରି ସ୍ତ୍ରୀ ସବିତା କ୍ଷେତ ଭିତରେ ବାସନ ଧୋଉଥିବା ସମୟରେ ବଜ୍ରପାତ ହୋଇଥିଲା । କ୍ଷେତ ହିଡରେ ଛିଡା ହୋଇଥିବା ସ୍ବାମୀ ଧନଞୟ ବଜ୍ରାଘାତରେ ଶିକାର ହୋଇଥିଲେ ।

{"id":152280}

  ତାଙ୍କୁ ବେତନଟୀ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବେତନଟୀ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

{"id":152281}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.