କରିଥିଲେ ପ୍ରେମ ବିବାହ, ନାକ କାଟି ଦେଲା ପତି !

Published By : Prameya-News7 Bureau | October 16, 2020 IST

ରାୟବରେଲୀ ୧୬।୧୦: ଉତ୍ତରପ୍ରଦେଶ ରାୟବରେଲୀରେ ପାରିବାରିକ ହିଂସାର ଭୟାବହ ଛବି ସାମ୍ନାକୁ ଆସିଛି। ଜନୈକ ବ୍ୟକ୍ତି କ୍ରୋଧରେ ତାଙ୍କ ପତ୍ନୀଙ୍କ ନାକ କାଟିଦେଇଛନ୍ତି। ଫଳରେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ମିଲ ଏରିୟା ଥାନା ଭୁଡ ଅନ୍ତର୍ଗତ ପୂର୍ବା ଗାଁରେ ଘଟିଛି। ଶିବ ପ୍ରସାଦ ନାମକ ଜନୈକ ବ୍ୟକ୍ତି ପାରିବାରିକ କଳହରେ ଉତ୍ତେଜିତ ହୋଇ ତାଙ୍କ ପତ୍ନୀଙ୍କ ନାକକୁ ଛୁରିରେ କାଟି ଦେଇଛନ୍ତି।

{"id":345572,"sizeSlug":"large"}

ଶିବପ୍ରସାଦ ପ୍ରାୟ ୪ ବର୍ଷ ପୂର୍ବେ ମହିଳାଙ୍କୁ ପ୍ରେମ ବିବାହ କରିଥିଲେ। ଘରେ କଳି ଝଗଡା ହୁଏ। ତେବେ ଗୁରୁବାର ରାତିରେ ଦମ୍ପତ୍ତିଙ୍କ କଳହ ସୀମା ପାର କରିଥିଲା। ପରସ୍ପର ଜିଦରେ ଅଡି ରହିଥିବା ବେଳେ ଶିବପ୍ରସାଦ ଏକ ତୀକ୍ଷ୍ଣ ଛୁରିକାରେ ପତ୍ନୀଙ୍କ ନାକକୁ କାଟି ଦେଇଥିଲେ। ରକ୍ତର ଧାର ବହିବାରୁ ଶିବ ପ୍ରସାଦ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

{"id":345573,"sizeSlug":"large"}

ମହିଳାଙ୍କ ଚିତ୍କାର ଶୁଣି ସାହିପଡିଶା ଲୋକେ ଦୌଡି ଆସିଥିଲେ। ନାକ କଟିଥିବା ଦେଖି ତାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନେଇ ଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ହେଉଛି। ତେବେ ମାମଲା ସମ୍ପର୍କରେ ମିଲ ଏରିୟା ଥାନା ସୂଚନା ପାଇଥିଲେ ହେଁ ଏପର୍ଯ୍ୟନ୍ତ କେହି ଲିଖିତ ଅଭିଯୋଗ କରିନଥିବା ଥାନା ଆଇଆଇସି କହିଛନ୍ତି। ମହିଳାଙ୍କ ଚିକିତ୍ସା ଚାଲିଥିବାରୁ ପୋଲିସ ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଚାହୁଁନି ତେବେ ପୋଲିସ ମାମଲାରେ ନିଜ ଆଡୁ ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.