ପାରିବାରିକ କଳହରୁ ସ୍ତ୍ରୀର ଗଳା କାଟିଲା ସ୍ବାମୀ

Published By : Prameya-News7 Bureau | February 24, 2019 IST

ଟିଟିଲାଗଡ ୨୪|୨: ପାରିବାରିକ କଳହକୁ ନେଇ ଅମାନୁଷିକ କାଣ୍ଡ ଘଟାଇଛି ସ୍ବାମୀ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଝାଙ୍କର ପଡାର ଘଟିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହରୁ ଟମାଟୋ ସସ୍ ବୋତଲ ଭାଙ୍ଗି ସ୍ତ୍ରୀର ଗଳା ସ୍ବାମୀ କାଟିଦେଇଥିବା ଜଣାପଡିଛି । ତେବେ ସ୍ବାମୀର ଆକ୍ରମଣରେ ସ୍ତ୍ରୀ ଗୀତାଞ୍ଜଳି ସାହୁ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.