ସ୍ତ୍ରୀର କାନ କାଟି ସୁନାର କାନଫୁଲ ନେଇଗଲା ସ୍ୱାମୀ ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

Published By : Prameya-News7 Bureau | January 23, 2019 IST

ଗ୍ରେଟର ନୋଏଡା ୨୩/୧ : ଉତ୍ତର ପ୍ରଦେଶ ଗ୍ରେଟର ନୋଏଡା ଅନ୍ତର୍ଗତ ଦାଦରୀ ଅଂଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ କାନ କାଟି ଦେଇଥିବା ଘଟଣା ସାମ୍ନା ଆସିଛି | ମହିଳାଙ୍କ ଭୁଲ କଣ ଥିଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ମହିଳାଙ୍କ ଭୁଲ ଥିଲା ଏତିକି ଯେ, ସେ ସ୍ୱାମୀକୁ ମଦ ପିଇବା ପାଇଁ ଟଙ୍କା ଦେଇନଥିଲେ | ଏଥିରେ ରାଗି ଯାଇ ମଦୁଆ ସ୍ୱାମୀ ସ୍ତ୍ରୀର ଦୁଇଟି ଯାକ କାନ କାଟିଦେଇ ସ୍ତ୍ରୀ ପିନ୍ଧିଥିବା ସୁନାର କାନଫୁଲ ନେଇ ଚାଲିଯାଇଥିଲା | ଏନେଇ ମହିଳା ମଦୁଆ ସ୍ୱାମୀ ବିରୋଧରେ ଥାନାରେ ଏତଲା ଦେଇଥିଲେ | ମହିଳାଙ୍କ ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି |

ସୂଚନାଯୋଗ୍ୟ ଯେ, ଗ୍ରେଟର ନୋଏଡାର ଦାଦରୀ ଅଂଚଳରେ ଜଣେ ମହିଳା ଏକ ଛୋଟ ପାନ ଦୋକାନ କରି ପରିବାର ଭରଣ ପୋଷଣ କରନ୍ତି | ମହିଳାଙ୍କ ମଦୁଆ ସ୍ୱାମୀ ସବୁବେଳେ ନିଶାସକ୍ତ ଅବସ୍ଥାରେ ଥାଏ | ସେ କିଛି କାମ ଧନ୍ଦା କରେନାହିଁ କି ଘର କାମରେ ମଧ୍ୟ ସ୍ତ୍ରୀଙ୍କୁ ସାହାଯ୍ୟ କରେନାହିଁ | ସେ ସବୁବେଳେ ସ୍ତ୍ରୀଙ୍କୁ ମାରପିଟ କରିଥାଏ | ଏହାସହ ମଦ ପିଇବା ପାଇଁ ସ୍ତ୍ରୀ ଠାରୁ ଟଙ୍କା ଛଡେଇ ନେଇଯାଏ |

ଗତକାଲି ମଧ୍ୟ ଅଭିଯୁକ୍ତ ନିଜ ସ୍ତ୍ରୀକୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ | କିନ୍ତୁ ମହିଳା ରାଜି ହୋଇନଥିଲେ | ରାଜି ନହେବାରୁ ମଦୁଆ ସ୍ୱାମୀ ସ୍ତ୍ରୀକୁ କାନରେ ପିନ୍ଧିଥିବା କାନଫୁଲ ମାଗିଥିଲେ | କାନଫୁଲ ଦେବାପାଇଁ ମଧ୍ୟ ମହିଳା ମନା କରିଦେଇଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଏକ ଧାରୁଆ ଛୁରୀରେ ସ୍ତ୍ରୀର କାନ କାଟିଦେଇ କାନଫୁଲ ନେଇ ମଦ ପିଇବା ପାଇଁ ଚାଲିଯାଇଥିଲା |

ମହିଳାଙ୍କ କାନରୁ ରକ୍ତ ବୋହୁଥିଲା | ମହିଳା ପାଖ ପଡୋଶୀଙ୍କ ସହାୟତାରେ ଥାନାରେ ପହଂଚିଥିଲେ | ପୋଲିସ ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା | ପୋଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମଦୁଆ ସ୍ୱାମୀକୁ ଗିରଫ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.