ନିଜ ସ୍ତ୍ରୀକୁ ଛାଡ଼ି ଅନ୍ୟଜଣେ ମହିଳାକୁ ବିବାହ କଲେ ଯୁବକ, ବିରୋଧ କରିବାରୁ କାଟିଦେଲେ ସ୍ତ୍ରୀ ହାତର ଶିର

Published By : Prameya-News7 Bureau | January 11, 2019 IST

ହୋଶିୟାରପୁର  ୧୧/୧- ନିଜ ସ୍ତ୍ରୀକୁ ଛାଡ଼ି ଅନ୍ୟଜଣେ ମହିଳାଙ୍କୁ ବିବାହ କଲେ ଯୁବକ । ବିରୋଧ କରିବାରୁସ୍ଵାମୀ କାଟିଦେଲେ  ମହିଳାଙ୍କ ହାତର ଭେନ୍ । ଗୁରୁତର ଅବସ୍ଥାରେ ଛାଡ଼ିଦେଇ ଯୁବକ ହୋଇଗଲେ ଫେରାର, ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପଠାଇଲେ ହସପିଟାଲ ।

ଏହିଭଳି ଅଭାବନୀୟ ଘଟଣା ଘଟିଛି ପଂଜାବର ହୋଶିୟାରପୁର ଅଂଚଳରେ । ଜଣେ ମହିଳାଙ୍କ ପରିବାରର ଲୋକ ଏହି ଅଭିଯୋଗ ଆଣିଛନ୍ତି । ମହିଳା ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବାରୁ ପୋଲିସ ମହିଳାଙ୍କ ବୟାନ ରେକର୍ଡ଼ କରିପାରିନାହିଁ ।

ମହିଳାଙ୍କ ପରିବାର ଲୋକ କହିଛନ୍ତି-ଫିଲ୍ଲୌର ଅଂଚଳର ଅଜୟ କୁମାର ଏହି ଘଟଣାର ମୁଖ୍ୟଆସାମୀ । ମହିଳା ଅଜୟ କୁମାରଙ୍କୁ ୧୫ ବର୍ଷ ତଳେ ବିବାହ କରିଥିଲେ । ବିବାହର ୭/୮ ବର୍ଷ ପର୍ଯ୍ୟନ୍ତ ସବୁ ଠିକ ଥିଲା । କିନ୍ତୁ ଅଜୟ ଅନ୍ୟଜଣେ ମହିଳାଙ୍କ ପ୍ରେମରେ ପଡ଼ିବାପରେ ସବୁ ବଡ଼ବଡ଼ ହୋଇଯାଇଥିଲା ।  ସବୁବେଳେ ଅଜୟ ନିଜର ସ୍ତ୍ରୀକୁ ମାଡ଼ ମାରିବା ସହ ନିର୍ଯ୍ୟାତନା ମଧ୍ୟ ଦେଉଥିଲା ।

ଶେଷରେ ଅଜୟ ଭଲପାଉଥିବା ବିବାହିତ ମହିଳାଙ୍କୁ ବିବାହ କରିବା ପରେ ଅଜୟଙ୍କ ସ୍ତ୍ରୀ ବିରୋଧ କରିଥିଲେ । ଅଜୟ ନିଜ ସ୍ତ୍ରୀକୁ ଗୋଟିଏ ଅଜଣା ଜାଗାକୁ ନେଇ ପ୍ରବଳ ମାଡ଼ ମାରିବା ସହ ହାତର ଭେନ୍ କାଟିଦେଇଥିଲେ । ଅଜୟଙ୍କ ସ୍ତ୍ରୀ ଗୁରୁତର ହେବାରୁ ତାଙ୍କୁ ସେଇଠି ଛାଡ଼ି ଚାଲିଯାଇଥିଲେ । ରାସ୍ତାରେ ଯାଉଥିବା ଲୋକମାନେ ତାଙ୍କୁ ଉଦ୍ଧାରକରି ସ୍ଥାନୀୟ ହସପିଟାଲକୁ ନେଇଥିଲା । ପରେ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମହିଳାଙ୍କ ପରିବାର ଲୋକ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.