Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ସୋସିଆଲ ଡିଷ୍ଟାନ୍ସରୁ ଅଦ୍ଭୁତ ମାମଲା : କାଠଗଡ଼ାରେ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ,ଅଦାଲତରେ ଦେବାକୁ ପଡ଼ିଲା ପୁରୁଷତ୍ବର ପରୀକ୍ଷା

5/12/2020 at 1:43 PM

ଭୋପାଳ ୫/୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଏପରି ମାମଲା ସାମନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କରୋନା କାଳରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣେ ଯୁବକ ପତ୍ନୀଙ୍କ ସାମାଜିକ ଦୂରତା ରକ୍ଷା କରିଥିଲେ। ଏପରି ପରିସ୍ଥିତିରେ ସେହି ଯୁବକଙ୍କ ସ୍ତ୍ରୀ ଫ୍ୟାମିଲି କୋର୍ଟକୁ ପହଞ୍ଚିଥିଲେ ଏବଂ ଛାଡ଼ପତ୍ର ପାଇଁ ଦାବି କରିଥିଲେ। ମହିଳା ତାଙ୍କ ସ୍ବାମୀଙ୍କ ପୌରୁଷତା ଉପରେ ସନ୍ଦେହ କରିଥିଲେ। ଏହା ପରେ ସ୍ବାମୀଙ୍କୁ ନିଜ ପୁରୁଷପଣିଆର ପ୍ରମାଣ ଦେବାକୁ ପଡ଼ିଥିଲା। ଯାହା ପରେ ମାହୋଲ୍ ଶାନ୍ତ ହୋଇଥିଲା।

ସୂଚନା ମୁତାବକ, କରୋନା ମହାମାରୀ ସମୟରେ ଜୁନ୍ ୨୯ତାରିଖରେ ଭୋପାଳ ବାସିନ୍ଦା ଜଣେ ଯୁବକଙ୍କ ବିବାହ ହୋଇଥିଲା। ସେହି ସମୟରେ ତାଙ୍କ ଶାଶୁ ଘରର କେତେକ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ ଯାହା ଫଳରେ ତାଙ୍କ ମନରେ କରୋନା​‌ ପ୍ରତି ଡର ସୃଷ୍ଟି ହୋଇଥିଲା ଏବଂ ନିଜ ପତ୍ନୀଙ୍କଠୁ ମଧ୍ୟ ସାମାଜିକ ଦୂରତା ରକ୍ଷା କରିଥିଲେ। ଏପରିକି ସେ ବିବାହ ପରେ ନିଜ ଦାମ୍ପତ୍ୟ ଦାୟିତ୍ବ ନିର୍ବାହ କରିନଥିଲେ। ଏହି କାରଣରୁ ତାଙ୍କ ପତ୍ନୀ ଅସନ୍ତୁଷ୍ଟ ହୋଇଥିଲେ ଏବଂ ବାପଘରକୁ ଚାଲି ଯାଇଥିଲେ।

କୁହାଯାଉଛି ଯେ ବାପଘରକୁ ଯିବାର ପାଖାପାଖି ୫ମାସ ପରେ ଡିସେମ୍ବର ୨ତାରିଖରେ ପତ୍ନୀ ଭୋପାଳ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ। ସେ କହିଥିଲେ ଯେ ତାଙ୍କ ସ୍ବାମୀ ଫୋନରେ ଭଲ ଭଲ କଥା କହୁଛନ୍ତି କିନ୍ତୁ କେବେ ବି ତାଙ୍କ ପାଖକୁ ଆସୁ ନାହାନ୍ତି। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ମଧ୍ୟ ହୋଇଥିଲା,କିନ୍ତୁ ଏହାର କିଛି ସମାଧାନର ବାଟ ବାହାରିନଥିଲା। ଏପରି କ୍ଷେତ୍ରରେ ଫ୍ୟାମିଲି କୋର୍ଟରେ ଉଭୟଙ୍କ କାଉନସିଲିଂ କରାଯାଇଥିଲା।

ସୂଚନା ମୁତାବକ,ଛାଡ଼ପତ୍ର ଆବେଦନରେ ମହିଳା ନିଜ ସ୍ବାମୀଙ୍କ ଉପରେ ନଂପୁସକ ହେବାର ଅଭିଯୋଗ କରିଥିଲେ। ଏହା ପରେ କାଉନସିଲିଂ ସମୟରେ ସ୍ବାମୀଙ୍କୁ ମେଡିକାଲ୍ ଟେଷ୍ଟ୍ କରିବାକୁ କୁହାଯାଇଥିଲା। ଏପରି ପରିସ୍ଥିତିରେ ସ୍ବାମୀ ନିଜର ମେଡିକାଲ୍ ଟେଷ୍ଟ୍ କରାଇଥିଲେ ଏବଂ ତାଙ୍କ ସାର୍ଟିଫିକେଟ୍ କୋର୍ଟରେ ଜମା କରାଇଥିଲେ। ଏହା ପରେ ଜଣା ପଡ଼ିଥିଲା ଯେ ମହିଳାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ୍। ଫ୍ୟାମିଲି କୋର୍ଟ ଉଭୟଙ୍କୁ ବୁଝାଇଥିଲେ ଏବଂ ମହିଳାଙ୍କୁ ତାଙ୍କ ସ୍ବାମୀ ସହ ଶାଶୁ ଘରକୁ ପଠାଇଥିଲେ।

ଯୁବକ କାଉନସିଲିଂରେ କହିଥିଲେ ବିବାହ ପରେ ପରେ ତାଙ୍କ ପତ୍ନୀଙ୍କ ଘରଲୋକେ କରୋନାରେ ସଂକ୍ରମିତ ହୋଇଥିଲେ। ତେଣୁ ତାଙ୍କୁ ଡର ଥିଲା ଯେ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇ ପାରନ୍ତି। ଏହି କାରଣରୁ ସେ ନିଜ ସ୍ତ୍ରୀଙ୍କ ପାଖକୁ ଯାଇନଥିଲେ।

   Related Posts