ଘରଜ୍ବାଇଁ ହେବାକୁ ରାଜିହେଲେନି, ସ୍ତ୍ରୀ କରିବାକୁ ଯାଉଛି ଦ୍ବିତୀୟ ବିବାହ : ଥାନାର ଦ୍ବାରସ୍ଥ ହେଲେ ସ୍ବାମୀ

Published By : Prameya-News7 Bureau | May 01, 2021 IST

ଯାଜପୁର ୧।୫: ସ୍ତ୍ରୀର ଦ୍ବିତୀୟ ବିବାହକୁ ବିରୋଧ କରି  ଥାନାରେ ଦ୍ବାରସ୍ଥ ହେଲା ସ୍ବାମୀ  । ଯାଜପୁର ଥାନାରେ ଅଭିଯୋଗ ହେବା ପରେ ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା  କଣ୍ଟିଗଡ଼ିଆ ଗାଁର ଭାଗ୍ୟଧର ଦାସ ଯାଜପୁର ଥାନା ଲକ୍ଷ୍ମଣପୁର ଗ୍ରାମର ହରିହର ମିଶ୍ରଙ୍କ ଝିଅକୁ ବିବାହ କରିଥିଲେ । ବିବାହ ପରେ ଝିଅ ନିଜ ବାପଘରେ ରହିବା ପରେ ଆଉ ଶାଶୁଘରକୁ ଯାଇ ନଥିଲା । ପରେ ସ୍ତ୍ରୀକୁ ନେବା ପାଇଁ ଆସିବାରୁ ତାଙ୍କୁ ଘର ଜ୍ବାଇଁ ଭାବେ ରହିବାକୁ କହିଥିଲେ ଶ୍ବଶୁରଘର ଲୋକେ । ଏଥିରେ ଅରାଜି ହୋଇ ସେ ଫେରିଯାଇଥିଲେ । ତେବେ ସ୍ତ୍ରୀଙ୍କର ଆସନ୍ତା ୫ ତାରିଖ ଦିନ ଅନ୍ୟ ଏକ ସ୍ଥାନରେ ବିବାହ ହେଉଥିବା ଖବର ପାଇ ଥାନାରେ ଦ୍ବାରସ୍ଥ ହୋଇଛନ୍ତି  ଭାଗ୍ୟଧର । ସେପଟେ ଭାଗ୍ୟଧର ଫ୍ୟାମିଲି କୋର୍ଟରେ ମଧ୍ୟ କେସ୍ କରିଛନ୍ତି । ସ୍ତ୍ରୀ ଆସିବା ବେଳେ ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଆଣି ପଳାଇ ଆସିଥିବା ଅଭିଯୋଗ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.