Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ବିବାହର ୧୪ବର୍ଷ ପରେ ସ୍ତ୍ରୀ ଚାଲିଗଲେ ଭିଣୋଇଙ୍କ ପାଖେ ରହିବାକୁ : ସ୍ବାମୀ କଲେ ଆତ୍ମହତ୍ୟା

7/01/2019 at 11:10 AM

ସୁରତ ୭/୧: ବିବାହର ୧୪ବର୍ଷ ପରେ ସ୍ବାମୀ ଘର ଛାଡ଼ି ସ୍ତ୍ରୀ ନିଜ ଭଉଣୀଙ୍କ ସ୍ବାମୀଙ୍କ ସହ ରହିବାକୁ ଚାଲିଯାଇଛି। ଦୁଇ ପକ୍ଷ ମଧ୍ୟରେ ସ୍ଥିର ହୋଇଥିଲା ଯେ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ଭଲ ନଥିବାରୁ ଦୁଇଜଣଙ୍କୁ ଛାଡ଼ପତ୍ର ଦେଇ ଅଲଗା ହୋଇଯିବା ଉଚିତ୍। ଲହାର କିଛି ଦିନ ପରେ ସ୍ବାମୀ ଆତ୍ମହତ୍ୟା କରିଥିଲେ। ସୁଇସାଇଡ ନୋଟରେ ମୃତ ହରିଶ କୋଟାକ ଲେଖିଥିଲେ ଯେ ତାଙ୍କ ସ୍ତ୍ରୀ ନିଜ ମାଉସୀ ଝିଅ ଭଉଣୀଙ୍କ ସ୍ବାମୀଙ୍କ ପାଖକୁ ରହିବାକୁ ଚାଲିଯାଇଛନ୍ତି ଏବଂ ଭିଣୋଇ କମଲ ତାଙ୍କୁ ବ୍ଲାକମେଲ୍ କରୁଛନ୍ତି।

କମଲ କହିଛନ୍ତି ଯେ ତାଙ୍କ ସର୍ତ୍ତ ମାନିଲେ ସେ ତାଙ୍କ ସ୍ତ୍ରୀଙ୍କୁ ଘରେ ଫେରିବାକୁ ଛାଡ଼ିବେ। ହରିଶଙ୍କ ଭାଇ ଧର୍ମେନ୍ଦ୍ର ଜାହାଙ୍ଗୀରପୁରା ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି। ପାଲନପୁର ସ୍ଥିତ ଉନ୍ନତି ପାର୍କ ନିକଟରେ ବାସ କରୁଥିବା ଧର୍ମେନ୍ଦ୍ର କହିଥିଲେ ଯେ ୨୦୦୪ମସିହା ମଇ ୯ତାରିଖରେ ତାଙ୍କ ଭାଇ ହରିଶଙ୍କ ବିବାହ ଧନ୍ବନ୍ତୀ ଓରଫ ଦିବ୍ୟାଙ୍କ ସହ ହୋଇଥିଲା। ବିବାହର ୪/୫ବର୍ଷ ପରେ ହରିଶ ସୁରତ ଆସି ଛୋଟ ମୋଟ କାମ କରିଥିଲା। ଦିବ୍ୟାଙ୍କ ବାପଘର ମଧ୍ୟ ସୁରତରେ ଥିଲା।

ହରିଶଙ୍କ ଦୁଇ ଭାଇ ତାଙ୍କୁ ସାହାଯ୍ୟ କରୁଥିଲେ । ୬ମାସରୁ ହରିଶ ତାଙ୍କ ସାଙ୍ଗ ରାଜେଶଙ୍କ ସହ କାମ କରୁଥିଲା। ହରିଶଙ୍କ ସ୍ତ୍ରୀ ଦିବ୍ୟା ୬/୭ମାସ ଦେବ ବିୟୁଟି ପାର୍ଲରରେ କାମ କରୁଥିଲେ। ଏହି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଦିବ୍ୟାର ସମ୍ପର୍କ ତାଙ୍କ ଭିଣୋଇ କମଲଙ୍କ ସହ ରହିଛି ଜାଣିବା ପରେ ଦୁଇଜଣଙ୍କ ମଧ୍ୟରେ ଆହୁରି ଝଗଡ଼ା ହୋଇଥିଲା।

୨୦୧୮ ଅକ୍ଟୋବର ମାସରେ ଦିବ୍ୟା କିଛି ନ କହି ଘର ଛାଡ଼ି ଚାଲିଯାଇଥିଲେ। ଦୁଇ ଦିନ ପରେ ହରିଶ ତାଙ୍କୁ ନେଇ ଆସିଥିଲେ। କିନ୍ତୁ ଦିବ୍ୟା କହିଥିଲେ ଯେ ସେ କମଲଙ୍କ ସହ ରହିବାକୁ ଚାହୁଁଛନ୍ତି ଏବଂ ଯଦି ସେ ଏସବୁ ସହି ପାରୁନାହାନ୍ତି ତେବେ ମରି ଯାଆନ୍ତୁ। ଡିସେମ୍ବର ୨୩ତାରିଖରେ ସେ ପୁଣି ଚାଲିଯାଇଥିଲେ। ପରେ ଦୁଇ ଜଣଙ୍କ ପକ୍ଷରୁ ସ୍ଥିର ହୋଇଥିଲା ଯେ ଯଦି ସେମାନେ ଏକାଠି ରହିବାକୁ ଚାହୁଁନାହାନ୍ତି ତେବେ ସେମାନେ ଅଲଗା ଯୋଇଯିବା ଉଚିତ୍।

କିଛି ଦିନ ପରେ ଡିସେମ୍ବର ୨୮ତାରିଖରେ ହରିଶ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ହରିଶ ସୁଇସାଇଡ ନୋଟରେ ଲେଖିଥିଲେ ଯେ ତାଙ୍କ ଘର ସଂସାର ବରବାଦ ହୋଇଯାଇଛି  ଏବଂ ଏହା ପଛରେ କମଲଙ୍କ ହାତ ରହିଛି। କମଲ ତାଙ୍କ ପତ୍ନୀଙ୍କୁ ନିଜ ଜାଲରେ ଫସାଇଛନ୍ତି ଏବଂ ହରିଶଙ୍କୁ ବ୍ଲାକମେଲ କରୁଛନ୍ତି।     

   Related Posts