ଘରୋଇ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀର ଆତ୍ମହତ୍ୟା

Published By : Prameya-News7 Bureau | April 04, 2019 IST

ବଣାଇ ୪|୪: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଅନ୍ତର୍ଗତ କୋଇଡା ଥାନା ଅନ୍ତର୍ଗତ ମାଲଦା ପଞ୍ଚାୟତର ଗଣୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":100098}

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ପ୍ରଦୀପ ପେଣ୍ଠେଇ ଏବଂ ତାଙ୍କ ସ୍ତ୍ରୀ ରେବତୀ ପେଣ୍ଠେଇଙ୍କ ମଧ୍ୟରେ କୈଣସି କାରଣକୁ ନେଇ ବଚସା ହୋଇଥିଲା । ଫଳରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ରେବତୀକୁ ପିଟି ପିଟି ହତ୍ୟା କରିଛି ସ୍ବାମୀ ପ୍ରଦୀପ । ସକାଳେ ସ୍ତ୍ରୀ ମରିଯାଇଥିବା ଜାଣିପାରି ମାଲଦା ସରପଞ୍ଚ ଦିବାକର ନାଏକଙ୍କୁ ଜଣାଇଥିଲା । ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି କୋଇଡା ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସିବା ପୂର୍ବରୁ ପ୍ରଦୀପ ଭୟଭୀତ ହୋଇ ସେଇ ଘରେ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଉଭୟଙ୍କର ତିନୋଟି ସନ୍ତାନ ଅଛନ୍ତି । ସେମାନେ ତାଙ୍କ ବୁଢୀ ମା ପାଖରେ ଅଛନ୍ତି। ଉଭୟ ଘରର ରୋଜଗାରକ୍ଷମ ଥିବାରୁ ଶିଶୁ ଏବଂ ବୁଢୀ ମାଙ୍କୁ କିଏ ସାହାରା ଦେହ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.