ସ୍ତ୍ରୀ ସହ ଝଗଡ଼ା କରି ବରଗଛ ଉପରକୁ ଚଢ଼ି ଗଲେ ସ୍ବାମୀ: ୨ ଘଣ୍ଟାଧରି ସମସ୍ତଙ୍କୁ କଲେ ହଲାପଟା

Published By : Prameya-News7 Bureau | November 16, 2020 IST

ନବରଙ୍ଗପୁର୧୬/୧୧: ନିଶାରେ ବିରାଟକାୟ ବରଗଛ ଉପରକୁ ଚଢ଼ି ଗଲେ ଯୁବକ। ପାଖାପାଖି ୨ ଘଣ୍ଟାଧରି ପୋଲିସ୍, ସ୍ଥାନୀୟ ଏବଂ ପରିବାର ଲୋକଙ୍କୁ ସେ ହଲାପଟା କରିଥିଲେ। ଶେଷରେ ପୋଲିସ୍ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାର ହାଟପଦା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୁବକ ହେଲେ ସେହି ଗ୍ରାମର ମାନସ ନାୟକ, ତାଙ୍କ ବୟସ ୩୦ ବର୍ଷ।

{"id":362751,"sizeSlug":"large"}

ମିଳିଥିବା ସୂଚନା ମୁତାବକ, ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାଗରେ ମାନସ ମଦ ପିଇ ଦେଇଥିଲେ। ମଦ ପିଇବା ପରେ ସେ ନିଜର ହିତାହିତ ଜ୍ଞାନ ହରାଇ ବସିଥିଲେ। ନିକଟରେ ଥିବା ଏକ ବିରାଟ ବରଗଛ ଉପରକୁ ଚଢ଼ି ଯାଇଥିଲେ। ପୁଣି ବରଗଛର ଅଗ୍ର ଭାଗରେ ଛିଡ଼ା ହୋଇ ଆତ୍ମହତ୍ୟାର ଧମକ ଦେଇଥିଲେ। ଏହାକୁ ଦେଖି ସେଠାରେ ସ୍ଥାନୀୟ ଲୋକଙ୍କ ଗହଳି ଲାଗିଥିଲା। ପରେ ସମୟରେ ପୋଲିସ୍ ଏବଂ ଅଗ୍ନିଶମ ବିଭାଗକୁ ଫୋନ୍ କରି ଜଣାଇଥିଲେ। ଏମିତି କି ପାଖାପାଖି ୨ ଘଣ୍ଟା ଧରି ସମସ୍ତଙ୍କୁ ଯୁବକ ଜଣଙ୍କ ହଲାପଟା କରିଥିଲେ। ଶେଷରେ କୌଶଳ କ୍ରମେ ତାଙ୍କୁ ବରଗଛ ଉପରୁ ଉଦ୍ଧାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.