ସ୍ତ୍ରୀ ସହ ହୋଇଥିଲା ଝଗଡ଼ା, ଡରାଇବା ପାଇଁ ଟାୱାର ଉପରକୁ ଚଢ଼ିଗଲା ସ୍ୱାମୀ, ହେଲେ ଆଉ ଓହ୍ଲାଇ ପାରିଲାନି

Published By : Prameya-News7 Bureau | April 21, 2021 IST

କୋକସରା, ୨୧/୦୪: ସ୍ତ୍ରୀ ସହ ଝଗଡା ଲାଗି ଡରେଇବା ଉଦ୍ଦେଶ୍ୟରେ ମୋବାଇଲ ଟାୱାରକୁ ଚଢ଼ିଗଲା ଯୁବକ । ହେଲେ ଉପରେ ଚଢିବା ପରେ ଆଉ ତଳକୁ ଓହ୍ଲାଇ ପାରିନଥିଲା ସ୍ୱାମୀ ।

ପରେ ପୋଲିସକୁ ଖବର ଦେଲେ ଗ୍ରାମବାସୀ । ପୋଲିସ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେବାପରେ ବହୁ କଷ୍ଟରେ ଯୁବକକୁ ଉଦ୍ଧାର ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିବା ଜଣାପଡ଼ିଛି ।

ଏପରି ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବିରିମୁହାଁଣ ଗ୍ରାମରେ । ଏହି ଗାଁର ଯୁବକ ପରମେଶ୍ବର ମାଝୀ ଆଜି ସକାଳେ କୌଣସି କଥାକୁ ନେଇ ସ୍ତ୍ରୀ ସହ ଝଗଡା କରିବା ପରେ ସ୍ତ୍ରୀକୁ ଡରେଇବା ପାଇଁ ଘର ନିକଟରେ ଥିବା ମୋବାଇଲ ଟାୱାରକୁ ଚଢି ଯାଇଥିଲା । କିନ୍ତୁ କିଛି ସମୟ ପରେ ସେ ଓହ୍ଲାଇ ବାକୁ ଚେଷ୍ଟା କରି ବିଫଳ ହେବାପରେ ସ୍ଥାନୀୟ ଲୋକେ ଆମପାଣି ପୋଲିସକୁ ଖବର ଦେଇଥିଲେ ।

ଆମପାଣି ଏଏସଆଇ ରାମ ଶଙ୍କର ବାଗ ପହଞ୍ଚି କୋକସରା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ କର୍ମଚାରୀ ପହଞ୍ଚି ଯୁବକକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.