Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଅଭିମାନୀ ପତ୍ନୀଙ୍କୁ ମନାଇବାକୁ ସୁଦୂର ଇଂଲଣ୍ଡରୁ ଚାଲି ଆସିଲେ ଡାକ୍ତର ସ୍ୱାମୀ: କରୋନା ହେଲା କାଳ, ଫେରିବାକୁ ହେବ ଖାଲି ହାତରେ…

21/04/2021 at 4:53 PM

ଗ୍ୱାଲିୟର ୨୧/୦୪ : କରୋନା ମହାମାରୀ ଅନେକ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି କରିଛି। କରୋନା କାଳରେ ପାରିବାରିକ କଳହ ମଧ୍ୟ ବୃଦ୍ଧି ପାଇଛି। କରୋନା ସମ୍ପର୍କ ଉପରେ କଣ ପ୍ରଭାବ ପକାଇଛି ତାହା ଆପଣ ଏହି ଖବରରୁ ଜାଣିପାରିବେ। ଜଣେ ଡାକ୍ତର ସ୍ୱାମୀ ନିଜ ପତ୍ନୀଙ୍କୁ ନେବା ପାଇଁ ଇଂଲଣ୍ଡରୁ ଆସିଲେ। କିନ୍ତୁ ମହାମାରୀ ଯୋଗୁଁ ବର୍ତ୍ତମାନ ତାଙ୍କୁ ପତ୍ନୀଙ୍କୁ ନ ନେଇ ଫେରିଯିବାକୁ ପଡିବ।

ଫ୍ୟାମିଲି କୋର୍ଟ ଯୁବକଙ୍କୁ ଆଦେଶ ଦେଇଥିଲେ ଯେ ସେ ପତ୍ନୀଙ୍କୁ ସାଙ୍ଗରେ ଆଣି କାଉନସିଲିଂ କରାନ୍ତୁ। ସ୍ୱାମୀ ଆସିଲେ କିନ୍ତୁ ସାଙ୍ଗରେ ପଳେଇ ଆସିଲା କରୋନା। ସହରରେ କରୋନା ଯୋଗୁଁ କର୍ଫ୍ୟୁ ଲାଗିଛି। ଯେଉଁଥିପାଇଁ କୋର୍ଟ ମଧ୍ୟ ବନ୍ଦ ରହିଛି। କୋର୍ଟ ବନ୍ଦ ଯୋଗୁଁ ସ୍ୱାମୀ-ସ୍ତ୍ରୀଙ୍କ କାଉନସିଲିଂ ହୋଇପାରିଲାନି। ଡାକ୍ତର ସ୍ୱାମୀଙ୍କୁ ୩ ଦିନ ପରେ ପୁଣି ଫେରିଯିବାକୁ ପଡିବ। କିନ୍ତୁ ପତ୍ନୀଙ୍କୁ ସାଙ୍ଗରେ ନେଇ ଯାଇପାରିବେ ନାହିଁ। ଡାକ୍ତର ସ୍ୱାମୀ ପୁଣି କେବେ ଆସିବେ ତାର କିଛି ଠିକ ଠିକଣା ନାହିଁ।

ଜାଣନ୍ତୁ କଣ ପୁରା ମାମଲା- 

ଗ୍ୱାଲିୟରର ଥାଟିପୁର ଗାଁର ଜଣେ ଡାକ୍ତରଙ୍କ ବାହାଘର ପଞ୍ଜାବ ଜଳନ୍ଧରର ଜଣେ ଯୁବତୀଙ୍କ ସହ ହୋଇଥିଲା। ଦୁହେଁ ମାଟ୍ରିମନିଏଲ ସାଇଟରୁ ପରସ୍ପରକୁ ଜାଣିଥିଲେ | ୨୦୧୮ ନଭେମ୍ବର ୧୨ରେ ଦୁହିଁଙ୍କ ବାହାଘର ହୋଇଥିଲା। ବାହାଘର ପରେ ଯୁବତୀ ନିଜ ଶାଶୂ ଓ ମାଉସୀ ଶାଶୁଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣି ୨୦୧୯ ରେ ଶାଶୁ ଘର ଛାଡି ବାପା ଘରକୁ ଚାଲି ଆସିଥିଲେ। ଡାକ୍ତର ଇଂଲଣ୍ଡ ଚାଲିଗଲେ।

ପତ୍ନୀ ଯିବାପରେ ଡାକ୍ତର ଗ୍ୱାଲିୟର ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ ଯେ ସେ ନିଜ ସ୍ତ୍ରୀକୁ ବୈବାହିକ ଜୀବନର ସୁଖ ଦେବାକୁ ଚାହୁଁଛନ୍ତି। ସେ ପତ୍ନୀକୁ ସାଙ୍ଗରେ ରଖିବାକୁ ଚାହୁଁଛନ୍ତି। ଏହି ଆବେଦନକୁ ଯୁବତୀ ବିରୋଧ କରିଥିଲେ। ସେ କହିଥିଲେ ଯେ ସ୍ୱାମୀ ତାଙ୍କୁ ଇଂଲଣ୍ଡରେ ସାଙ୍ଗରେ ରଖିବାକୁ ଚାହୁଁ ନାହାନ୍ତି। ସେ ଚାହୁଁଛନ୍ତି ତାଙ୍କ ସ୍ତ୍ରୀ ଗ୍ୱାଲିୟରରେ ଶାଶୂଘରେ ରହୁ।

ଫ୍ୟାମିଲି କୋର୍ଟ ଗତ ଶୁଣାଣିରେ ଡାକ୍ତରଙ୍କ ଓକିଲଙ୍କୁ ସ୍ପଷ୍ଟ ଭାଷାରେ କହିଥିଲେ ଯେ ଆଗାମୀ ଶୁଣାଣି ତାରିଖରେ ଡାକ୍ତର କୋର୍ଟରେ ହାଜର ହୁଅନ୍ତୁ। କୋର୍ଟଙ୍କ ଆଦେଶ ଅନୁସାରେ ଡାକ୍ତର ପତ୍ନୀଙ୍କୁ ନେବା ପାଇଁ ସୁଦୂର ଇଂଲଣ୍ଡରୁ ଗ୍ୱାଲିୟର ଚାଲି ଆସିଥିଲେ। ମଙ୍ଗଳବାର ଦିନ କୋର୍ଟରେ ହାଜର ହେବାର ଥିଲା କିନ୍ତୁ କର୍ଫ୍ୟୁ ଯୋଗୁଁ କୋର୍ଟ ବନ୍ଦ ଥିବାରୁ କାଉନସିଲିଂ ହୋଇପାରିଲାନି। ଡାକ୍ତରଙ୍କ ଓକିଲ କହିଛନ୍ତି ବର୍ତ୍ତମାନ ଇଂଲଣ୍ଡରେ ମଧ୍ୟ କରୋନା ସ୍ଥିତି ଭୟାବହ ରହିଛି। ଡାକ୍ତରଙ୍କୁ ଛୁଟି ମିଳୁନାହିଁ। ବର୍ତ୍ତମାନ ଡାକ୍ତର ଭାରତରୁ ଇଂଲଣ୍ଡ ଗଲେ ରେଡ ଲିଷ୍ଟରେ ରହିବେ।

   Related Posts