Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ୱାମୀ ରଙ୍ଗ କଳା ବୋଲି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ତ୍ରୀ

ବରେଲୀ ୧୭/୪ : ଉତ୍ତର ପ୍ରଦେଶ ବରେଲୀ ଜିଲ୍ଲାରେ ଏକ ହତ୍ୟା ମାମଲା ସାମ୍ନା ଆସିଛି | ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଜିଅନ୍ତା ପୋଡି ଦେଇଛି | ସ୍ତ୍ରୀକୁ ସ୍ୱାମୀ ପସନ୍ଦ ଆସୁନଥିଲା ବୋଲି ସେ ସ୍ୱାମୀଙ୍କୁ ପୋଡି ମାରିଦେବାକୁ ଚେଷ୍ଟା କରିଥିଲା | ଘଟଣା ପରେ ସ୍ୱାମୀକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଛି | ପୋଲିସ ଉକ୍ତ ମହିଳାକୁ ଗିରଫ କରିଛି |


ବରେଲୀ ଅନ୍ତର୍ଗତ ଖୁର୍ଦ ଫତେଗଡ ଥାନା ଅଂଚଳରେ ୨୨ ବର୍ଷ ବୟସ୍କା ବିବାହିତା ମହିଳା ନିଜ ସ୍ୱାମୀ ଉପରେ ପେଟ୍ରୋଲ ଢାଳି ଜିଅନ୍ତା ପୋଡି ଦେଇଛି | ମହିଳାଙ୍କ ନାଁ ହେଲା ପ୍ରେମଶ୍ରୀ | ସେ ଏହିଭଳି ପଦକ୍ଷେପ କାହିଁକି ଉଠାଇଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ | ତାଙ୍କ ସ୍ୱାମୀନ୍କ ରଙ୍ଗ କଳା ଥିଲା ଏବଂ ତାଙ୍କୁ ରଙ୍ଗର ସ୍ୱାମୀ ପସନ୍ଦ ନଥିଲେ ବୋଲି ସେ ତାଙ୍କୁ ପୋଡି ମାରିଦେଇଛନ୍ତି | ୨ ବର୍ଷ ପୂର୍ବରୁ ପ୍ରେମଶ୍ରୀଙ୍କ ବିବାହ ସତ୍ୟବିର ସିଂହଙ୍କ ସହ ହୋଇଥିଲା | ଉଭୟଙ୍କର ଏକ ୫ ମାସର ଶିଶୁ କନ୍ୟା ମଧ୍ୟ ଅଛି | ତଥାପି ପ୍ରେମଶ୍ରୀ କେବେ ସତ୍ୟବିରଙ୍କୁ ପସନ୍ଦ କରୁନଥିଲେ | ସୋମବାର ସକାଳେ ପାଖାପାଖି ୫ଟା ବେଳେ ସତ୍ୟବିର ଶୋଇଥିବା ବେଳେ ପ୍ରେମଶ୍ରୀ ତାଙ୍କ ଉପରେ ପେଟ୍ରୋଲ ଢାଳି ତାଙ୍କୁ ନିଆଁ ଲଗାଇ ଦେଇଥିଲା | ପ୍ରେମଶ୍ରୀଙ୍କ ଗୋଡ ମଧ୍ୟରେ ଟିକିଏ ପେଟ୍ରୋଲ ପଡିଯାଇଥିଲା | ଯାହାଫଳରେ ସେ ସାମାନ୍ୟ ଆହତ ହୋଇଥିଲା |


ସତ୍ୟବିରଙ୍କ ପାଟି ଶୁଣି ତାଙ୍କ ପରିବାର ଲୋକେ ଏବଂ ପଡୋଶୀ ଦୌଡ଼ି ପଳାଇ ଆସିଥିଲେ | ସତ୍ୟବିରଙ୍କ ଶରୀରରେ ନିଆଁ ଲାଗିଥିବା ଦେଖି ପାଣି ଢାଳି ନିଆଁ ଲିଭାଇଥିଲେ ଏବଂ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ | କିନ୍ତୁ କିଛି ସମୟ ପରେ ସତ୍ୟବିରଙ୍କ ମୃତ୍ୟୁ ହୋଇଥିଲା | ସତ୍ୟବିରଙ୍କ ପରିବାର ଲୋକେ କହିଛନ୍ତି ଯେ, ପ୍ରେମଶ୍ରୀ କେବେହେଲେ ସତ୍ୟବିରଙ୍କୁ ପସନ୍ଦ କରୁନଥିଲା | ତାଙ୍କ ରଙ୍ଗ କଳା ହୋଇଥିବାରୁ ସେ ସବୁବେଳେ ତାଙ୍କୁ କଟାକ୍ଷ କରୁଥିଲା | କିନ୍ତୁ ସତ୍ୟବିର ପ୍ରେମଶ୍ରୀକୁ ବହୁତ ଭଲ ପାଉଥିଲା | ବରେଲୀ ପୋଲିସ ସତ୍ୟବିରଙ୍କ ମୃତ୍ୟୁ ପରେ ପ୍ରେମଶ୍ରୀ ବିରୋଧରେ ୩୨୦ ଧାରା ଅନୁଯାୟୀ ହତ୍ୟା ମାମଲା ରୁଜ୍ଜୁ କରି ଗିରଫ କରିଛି |

437 Views

   ସମ୍ବନ୍ଧିତ ଖବର