ସାଙ୍ଘାତିକ ! ମୋବାଇଲ ପାସୱାର୍ଡ଼ ନଦେବାରୁ ସ୍ୱାମୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ତ୍ରୀ
18/01/2019 at 3:58 PM

ଲୋମ୍ବୋକ ୧୮/୧ : ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟମୋଟ ଝଗଡା ହେବା ଏକ ସାଧାରଣ କଥା | ସବୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଏମିତି ଝଗଡା ହୋଇଥାଏ | ଛୋଟମୋଟ ଝଗଡା ହେଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଗଭୀର ହୋଇଥାଏ ବୋଲି କୁହାଯାଏ | କିନ୍ତୁ ବେଳେବେଳେ ସାମାନ୍ୟ କଥାରୁ ବଡ ଧରଣର ସମସ୍ୟା ସୃଷ୍ଟି ହୋଇଥାଏ | ଇଣ୍ଡୋନେସିଆର ଏମିତି ଏକ ଘଟଣା ଲୋକଲୋଚନାକୁ ଆସିଛି |

ସୂଚନାନୁଯାୟୀ, ଇଣ୍ଡୋନେସିଆରେ ଜଣେ ମହିଳା ନିଜ ସ୍ୱାମୀକୁ ହତ୍ୟା କରିଛି | ତେବେ ହତ୍ୟାର କାରଣ ଜାଣିଲେ ଆପଣଙ୍କ ହୋଶ ଉଡିଯିବ | ସ୍ୱାମୀ ମୋବାଇଲର ପାସୱାର୍ଡ଼ ନଦେବାରୁ ସ୍ତ୍ରୀ ସ୍ୱାମୀଙ୍କୁ ଜିଅନ୍ତା ନିଆଁ ଲଗାଇଦେଇଥିଲେ | ଇଣ୍ଡୋନେସିଆର ଏହି ଯୁବକଙ୍କ ନାଁ ଡେଡ଼ି ପୁରନାମା | ତାଙ୍କ ବୟସ ୨୬ ବର୍ଷ | ଡେଡ଼ି ତାଙ୍କ ଘର ଛାତ ମରାମତି କଲାବେଳେ ତାଙ୍କ ପତ୍ନୀ ଇଲହାମ ସ୍ୱାମୀଙ୍କୁ ତାଙ୍କ ମୋବାଇଲର ପାସୱାର୍ଡ଼ ମାଗିଥିଲେ | ଡେଡ଼ି ପାସୱାର୍ଡ଼ ଦେବାକୁ ମନାକରିଦେବାରୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା | ବଚସା ଏତେ ଆଗକୁ ବଢିଗଲା ଯେ, ଡେଡ଼ି ଇଲହାମଙ୍କୁ ମାରପିଟ ମଧ୍ୟ କରିଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ଇଲହାମ ଡେଡ଼ି ଉପରେ ପେଟ୍ରୋଲ ପକାଇ ତାଙ୍କୁ ନିଆଁ ଲଗାଇଦେଇଥିଲେ | ଡେଡ଼ିଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇଥିଲା | ଘଟଣାରେ ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା |

ପୋଲିସ ସୂଚନା ଅନୁଯାୟୀ, ଉଭୟଙ୍କ ଝଗଡା ଭୟଙ୍କର ରୂପ ସେତେବେଳେ ନେଇଥିଲା ଯେତେବେଳେ ଡେଡ଼ି ଇଲହାମଙ୍କୁ ମାରପିଟ କରିଥିଲା | ଏହାପରେ ଇଲହାମ ପାଖରେ ଥିବା ପେଟ୍ରୋଲ କେନରୁ ସ୍ୱାମୀ ଉପରେ ପେଟ୍ରୋଲ ଢାଳି ଲାଇଟରରେ ନିଆଁ ଲଗାଇଦେଇଥିଲେ | ଘରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖି ଓଜି ନାମକ ଜଣେ ଯୁବକ ସାହାଯ୍ୟ କରିବ ପାଇଁ ଦୌଡ଼ି ଆସିଥିଲେ | କିନ୍ତୁ ସେଠାରେ ଡେଡ଼ିଙ୍କ ଦେହରେ ନିଆଁ ଲାଗିଥିବା ଦେଖି ସେ ତାଙ୍କ ଉପରେ ପାଣି ଢାଳି ନିଆଁ ଲିଭାଇଥିଲେ | ଏହାପରେ ତାଙ୍କୁ କେରୁଆକ ସ୍ଥିତ ହସ୍ପିଟାଲକୁ ନେଇଯାଇଥିଲେ | କିନ୍ତୁ ଦୁଇ ଇନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା |

ସ୍ୱାମୀଙ୍କ ମୃତ୍ୟୁ ପରେ ଡେଡ଼ିଙ୍କ ପତ୍ନୀ ଇଲହାମଙ୍କୁ ପୋଲିସ ଗିରଫ କରିଛି | ପୋଲିସ ଘଟଣାର ତଦନ୍ତ କରୁଛି |