Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କରୋନାରେ ଚାଲିଗଲା ମହିଳାଙ୍କ ଜୀବନ: ପୁଅ ସହିତ ମିଶି ସ୍ତ୍ରୀ ପାଇଁ ମନ୍ଦିର ତିଆରି କଲେ ସ୍ୱାମୀ

27/09/2021 at 4:28 PM

ଭୋପାଲ ୨୭/୦୯ : ଜଣେ ଥିଲେ ସାହାଜାହାନ ଯିଏ ନିଜ ସ୍ତ୍ରୀ ମୁମତାଜଙ୍କ ପାଇଁ ତାଜମହଲ ତିଆରି କରିଥିଲେ। ସେହିପରି ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କର ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ପତ୍ନୀ ମନ୍ଦିର ତିଆରି କରିଛନ୍ତି। ଘର ବାହାରେ ତିଆରି ହୋଇଥିବା ଏହି ମନ୍ଦିରରେ ସମ୍ପୃକ୍ତ ମୃତ ମହିଳାଙ୍କର ଏକ ତିନି ଫୁଟ୍ ର ପ୍ରତମୁର୍ତି ରହିଛି।

ମଧ୍ୟପ୍ରଦେଶର ସାଁପଖେଡ଼ା ଗାଁର ନାରାୟଣ ସିଂହ ରାଠୋର ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ସହିତ ଖୁସିରେ ରହୁଥିଲେ। ନାରାୟଣଙ୍କ ପତ୍ନୀ ଗୀତାବାୟି ବହୁତ ଧର୍ମ ପରାୟଣା ଥିଲେ। କିନ୍ତୁ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ସ୍ୱାମୀ ଓ ପିଲାମାନେ ମିଶି ତାଙ୍କର ଏକ ପ୍ରତିମୁର୍ତି ତିଆରି କରିବା ପାଇଁ ସ୍ଥିର କଲେ।

ଗୀତାବାୟିଙ୍କ ପୁଅ ଲକ୍କି କହିଛନ୍ତି ଯେ ମାଆଙ୍କ ମୃତ୍ୟୁ ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଥିଲା। ସେଥିପାଇଁ ସେମାନେ ସ୍ଥିର କରିଥିଲେ ଯେ ମାଆଙ୍କର ଏକ ପ୍ରତିମୁର୍ତି ତିଆରି କରିବୁ। ମାଙ୍କ ମୃତ୍ୟୁର ତୃତୀୟ ଦିନ ଅର୍ଥାତ ଏପ୍ରିଲ ୨୯ ତାରିଖ ଦିନ ତାଙ୍କ ପ୍ରତିମା ତିଆରି ପାଇଁ ଅର୍ଡର ଦିଆଯାଇଥିଲା। ଜଣେ ମୁର୍ତି ଦୋକାନୀ ସହ ମିଶି ରାଜସ୍ଥାନର ଜଣେ କାରିଗରଙ୍କୁ ପ୍ରତିମା ତିଆରି ପାଇଁ କୁହାଯାଇଥିଲା। ମୂର୍ତ୍ତି ତିଆରି ପାଇଁ ପ୍ରାୟ ଦେଢ଼ ମାସ ସମୟ ଲାଗିଥିଲା। ମୂର୍ତ୍ତି ତିଆରି ହେବାପରେ ସେମାନେ ତାକୁ ନେଇ ଘରକୁ ଆସିଥିଲେ ଓ ଗୋଟିଏ ଦିନ ଘରେ ରଖିଥିଲେ। ଏହା ପରେ ଘରର ମୁଖ୍ୟଦ୍ୱାର ସାମ୍ନାରେ ମାଙ୍କ ମୁର୍ତି ରଖିବା ପାଇଁ ଏକ ପ୍ରଶସ୍ତ ଚଉତରା ତିଆରି କରାଯାଇଥିଲା।

ଲକ୍କି କହିଛନ୍ତି ସବୁଦିନ ସକାଳେ ଉଠି ସେ ମାଙ୍କ ମୁର୍ତିକୁ ଦର୍ଶନ କରନ୍ତି। ଏବେ ମାଆ କିଛି କହୁନାହାନ୍ତି  କିନ୍ତୁ ସବୁବେଳେ ପରିବାର ସହିତ ଅଛନ୍ତି ବୋଲି ସେ କହିଛନ୍ତି।

   Related Posts