ଉତ୍ତରପ୍ରଦେଶ ୨୭/୧୦: ବୁଧବାର ଦିନ କୁଶିନଗରର ହାଟା କୋଟୱାଲୀ ଅଞ୍ଚଳର ପାଦ୍ରି ଗାଁର ଜଣେ ମଦୁଆ ସ୍ୱାମୀ କୁରାଢ଼ିରେ ସ୍ତ୍ରୀର ଗଳା କାଟି ହତ୍ୟା କରିଛି । ଏହି ଘଟଣା ପରେ ମଦୁଆ ସ୍ୱାମୀ ସ୍ତ୍ରୀର ମୃତେଦହ ପାଖେ ବସି ରହିଥିଲା । ପୋଲିସ ହତ୍ୟାକାରୀକୁ ଗିରଫ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନା ଅନୁଯାୟୀ, ବୁଧବାର ଭୋରରୁ ହାଟା କୋଟୱାଲିର ପାଦ୍ରିର ଟୋଲା ମେନପୁରୱାରେ ମଦୁଆ ସ୍ୱାମୀ ରାମ ସିଂ ତାଙ୍କ ୩୮ ବର୍ଷୀୟ ସ୍ତ୍ରୀ ରୀତା ଦେବୀଙ୍କୁ ରୁମରେ ତାଲା ପକାଇ କୁରାଢ଼ି ସାହାଯ୍ୟରେ ଗଳା କାଟି ହତ୍ୟା କରିଛି । କୁହାଯାଉଛି ଯେ ଅଭିଯୁକ୍ତ ରାମ ସିଂ ସବୁବେଳେ ନିଶାସକ୍ତ ରୁହନ୍ତି । ଏହାକୁ ପ୍ରାୟତ ତାଙ୍କ ସ୍ତ୍ରୀ ବିରୋଧ କରୁଥିଲେ ।
ମଙ୍ଗଳବାର ସନ୍ଧ୍ୟାରେ ଖାଇ ସାରି ରାମ ସିଂ ତାଙ୍କ ଚାରି ପିଲାଙ୍କୁ ଘରର ଅନ୍ୟ ଏକ କୋଠରୀରେ ଶୋଇବାକୁ କହିଥିଲେ । ଏପରିକି ରାମର ୮୦ ବର୍ଷର ବୁଢ଼ାବାପା ଘରର ଅନ୍ୟ ଏକ ରୁମରେ ଶୋଇଥିଲେ । ପରେ ସମସ୍ତୋ ଶୋଇଯିବାର ଫାଇଦା ନେଇ ରାମ ତାର ସ୍ତ୍ରୀ ରୀତାଙ୍କୁ ଗଳା କାଟି ହତ୍ୟା କରିଥିଲା । ତେବେ ଆଶ୍ଚର୍ଯ୍ୟର କଥା ହତ୍ୟା ପରେ ସେ କୁଆଡ଼େ ଫେରାର ନହୋଇ ସେଠାରେ ବି ବସିରହିଥିଲା ।
ସକାଳେ ଉଠି ପିଲାମାନେ ତାଙ୍କ ମା ମରିଯାଇଥିବା ଜାଣି ଜୋରରେ କାନ୍ଦିଥିଲେ । ତାଙ୍କ କାନ୍ଦ ଶୁଣି ପଡୋଶୀମାନେ ପହଞ୍ଚି ରୀତା ଦେବୀଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ହୋଇ ପଡ଼ି ରହିଛି। ପାଖରେ ରକ୍ତାକ୍ତ ଦାଗ ଥିବା କୁରାଢ଼ି ଥିଲା । ଗାଁ ଲୋକମାନେ ଏହି ଘଟଣା ବିଷୟରେ ହତା କୋଟୱାଲୀ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ୱାମୀ ରାମ ସିଂଙ୍କୁ ଗିରଫ କରିଥିଲା । ମୃତ ରୀତା ଦେବୀଙ୍କର ଦୁଇଟି ଝିଅ ଓ ଦୁଇଟି ପୁଅ ଅଛନ୍ତି ।