Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଗର୍ଭନଷ୍ଟ କରି ୮ ବର୍ଷର ସଂପର୍କ ଭାଙ୍ଗିଲେ ସ୍ତ୍ରୀ: ଦ୍ବିତୀୟ ବିବାହ ବେଳେ ଏଣ୍ଟ୍ରି ମାରିଲେ ସ୍ବାମୀ

26/06/2020 at 7:42 AM

ଚନ୍ଦ୍ରଶେଖରପୁର୨୬/୦୬: ମୋତେ ପ୍ରେମ ଜାଲରେ ଫସାଇ ବିବାହ କଲା । ମୋ ସହ ୮ ବର୍ଷ ଘରେ ରହିଲା। ଗର୍ଭନଷ୍ଟ କରି ଏବେ ଅନ୍ୟ ଜଣକୁ ବିବାହ କରିବାକୁ ବାହାରିଛି । ମୋ ଜୀବନ ପୂରା ନଷ୍ଟ ହୋଇଗଲା । ଯଦି ସେ ଦ୍ୱିତୀୟ ବିବାହ କରେ ତେବେ ମୁଁ ସୁଇସାଇଡ୍‌ କରିବି । ଏମିତି ଢଙ୍ଗରେ ରାଜଧାନୀର ଏକ ହୋଟଲରେ ହଙ୍ଗମା କରିଥିଲେ ପ୍ରଥମ ସ୍ୱାମୀ । ସ୍ତ୍ରୀ’ର ଦ୍ୱିତୀୟ ବିଭାଘର ଚାଲୁଥିବା ବେଳେ ମଣ୍ଡପରେ ପହଞ୍ଚି ଉତ୍ପାତ କରିଥିଲେ । ଫଳରେ ଅଧାରୁ ବନ୍ଦ ହୋଇ ଯାଇଥିଲା ବାହାଘର । ଏମିତି ଅଜବ ଘଟଣା ଘଟିଛି ଇନଫୋସିଟିରେ ଥିବା ଏକ ତାରକା ହୋଟଲରେ । ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ବିବାହ ବନ୍ଦ ରଖିବା ସହ ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁଯାୟୀ ୨୦୧୦ ମସିହାରେ କେନ୍ଦ୍ରାପଡା ରାଜନଗର ଥାନା ଅଧିକ କେରେଡ଼ାଗଡ଼ ସ୍ଥିତ ନୂଆଗାଁ (ମଧୁପୁର)ର ସୁଚିତ୍ର ରାଉତ ପଟ୍ଟାମୁଣ୍ଡାଇରେ ପାଠ ପଢ଼ୁଥିଲେ । ପାଠ ପଢ଼ା ସମୟରେ ପଟ୍ଟାମୁଣ୍ଡାଇ ତନୁପୁର ଗାଁର ସ୍ୱାଗତିକା ନାମ୍ନୀ ଜଣେ ଝିଅଙ୍କ ସହ ପ୍ରେମ ହୋଇଥିଲା । ୨୦୧୨ ଅଗଷ୍ଟରେ ଦୁହେଁ ପ୍ରଥମେ ମନ୍ଦିର ଓ ପରେ ନୋଟାରୀରେ ସତ୍ୟାପାଠ କରି ବିବାହ କରିଥିଲେ । ସୁଚିତ୍ରଙ୍କର ଏକ କୋଚିଂ ସେଣ୍ଟର ଥିବାରୁ ସେ ଗାଁ ଛାଡ଼ି ୨୦୧୪ ମସିହାରେ କଟକ ଆସି ଘର ଭଡ଼ା ନେଇ ରହିଥିଲେ । ଏମିତି କିଛି ବର୍ଷ ଭଲରେ କଟିଲା । ୨୦୧୮ ମସିହାରେ ସ୍ୱାଗତିକାଙ୍କର ସ୍କୁଲରେ ଚାକିରି ହୋଇଯିବାରୁ ସେ କୋରାପୁଟ ବୋରିଗୁମ୍ମାକୁ ପଳାଇ ଯାଇଥିଲେ ।

ଏମିତି ମଝିରେ ମଝିରେ ସେ କଟକ ଆସି ସ୍ୱାମୀଙ୍କୁ ଦେଖା କରୁଥିଲେ । ଗତ ୨୦୧୯ ଜୁନ୍‌ ମାସରେ ସ୍ୱାଗତିକା ବାପ ଘରକୁ ଯାଇଥିଲେ। ହେଲେ ଆଉ ଫେରି ନଥିଲେ । ସୁଚିତ୍ର ତାଙ୍କୁ ବାରମ୍ବାର ଫୋନ୍‌ କରିବା ସହ ଦେଖା କରିବାକୁ କହିଲେ ବି ସେ କିଛି ଶୁଣୁ ନଥିଲେ । ଓଲଟି କହୁଥିଲେ ଘର ଲୋକ ମୋ ବାହାଘର ଅନ୍ୟ ସ୍ଥାନରେ ଠିକ୍‌ କରି ଦେଇଛନ୍ତି। ମୁଁ ସେଠାରେ ବାହା ହେବି । ସ୍ତ୍ରୀକୁ ନିଜ ପାଖକୁ ଆଣିବାକୁ ଚାହିଁ ସୁଚିତ୍ର ୨୦୧୯ ଡିସେମ୍ବର ମାସରେ କେନ୍ଦ୍ରାପଡ଼ା ଫ୍ୟାମିଲି କୋର୍ଟରେ କେସ୍‌ କରିଥିଲେ ।

ଆସନ୍ତା ଜୁଲାଇ ୨୧ରେ କୋର୍ଟରେ ନିଜ ପକ୍ଷ ରଖିବାର ଥିଲା । ୫ ଦିନ ତଳେ ସୁଚିତ୍ର ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀଙ୍କର ଭୁବନେଶ୍ୱର ଏକ ହୋଟେଲ୍‌ରେ ବାହାଘର ହେବାକୁ ଯାଉଛି । ଆଜି ପୂର୍ବାହ୍ନରେ ବିବାହ ଉତ୍ସବ ଚାଲିଥିବା ବେଳେ ସୁଚିତ୍ର ସେଠାରେ ପହଞ୍ଚି ଉତ୍ପାତ କରିଥିଲେ । ଲୁଚାଛପାରେ ବିବାହ ସଫଳ ହୋଇ ନପାରିବାରୁ ଆସିଥିବା ବର ଓ ଯୁବତୀ ହଟହଟା ହୋଇ ଘରକୁ ପଳାଇଥିଲେ । ଯାହା ରାଜଧାନୀରେ ଆଜି ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଚନ୍ଦ୍ରଶେଖପୁର ଥାନା ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି । ସୁଚିତ୍ର କହିଛନ୍ତି, ମୁଁ ତାଙ୍କୁ ବାହା ହୋଇଛି । ମତେ ନ କହି ଦେଢ଼ ବର୍ଷ ତଳେ ସେ ଗର୍ଭ ନଷ୍ଟ କରିଥିଲା । କୋର୍ଟରେ କେସ୍‌ ଚାଲିଛି । ମୋତେ ଛାଡ଼ପତ୍ର ଦେଲା ପରେ ସେ ଯାହାକୁ ବାହା ହେଉଛି ହେଉ, ମୋର କିଛି କହିବାର ନାହିଁ ।

   Related Posts