ହ୍ବାଟସଆପରେ କଲଗାର୍ଲ ଡାକିଲେ ସ୍ବାମୀ : ସାମନାକୁ ଯିଏ ଆସିଲେ ସେ….
21/01/2020 at 3:10 PM

କାଶୀପୁର ୨୧/୧: ବେଳେବେଳେ ସ୍ବାମୀ,ସ୍ତ୍ରୀ ଏପରି ପରିସ୍ଥିତିରେ ମୁହାଁମୁହିଁ ହୁଅନ୍ତି ଯେତେବେଳେ ସେମାନେ କିଛି କରିପାରିବେ ନାହିଁ। ଏପରି ଏକ ଘଟଣା ଘଟିଛି ଉତ୍ତରାଞ୍ଚଳର କାଶୀପୁରରେ। ଏଠାରେ ଜଣେ ଯୁବକ କଲଗାର୍ଲ ଡକାଇଥିଲେ। ତାଙ୍କ ସାମନାକୁ ଯେତେବେଳେ କଲଗାର୍ଲ ଆସିଥିଲେ ସେ ଆଉ କେହି ନଥିଲେ ବରଂ ତାଙ୍କ ସ୍ତ୍ରୀ ଥିଲେ।
ସ୍ବାମୀ ହ୍ବାଟସଆପ ଜରିଆରେ ଜଣେ ମହିଳା ଦଲାଲଙ୍କ ସହ ଯୋଗାଯୋଗ କରିଥିଲେ। ଏହା ପରେ କଲଗାର୍ଲ କଥା କହିଥିଲେ। ତା’ପରେ ଯୁବକଙ୍କ ନିକଟକୁ ଆସିଥିବା କଲଗାର୍ଲ ତାଙ୍କ ସ୍ତ୍ରୀ ଥିଲେ। ଏହା ପରେ ଦୁହେଁ ହାତାହାତି ହୋଇଥିଲେ। ଦୁହେଁ ପରସ୍ପର ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି।
କିଛି ବର୍ଷ ତଳେ ଦିନେଶପୁରରେ ରହୁଥିବା ଯୁବକଙ୍କ ସହ ଆଇଟିଆଇ ଅଞ୍ଚଳରେ ରହୁଥିବା ଯୁବତୀଙ୍କ ସହ ହୋଇଥିଲା। କିନ୍ତୁ ବିବାହ ପରଠୁ ଏହି ଯୁବତୀ ତାଙ୍କ ସ୍ବାମୀଙ୍କ ସହ ନରହି ତାଙ୍କ ବାପଘରେ ରହୁଥିଲେ। ସେ ଶ୍ବଶୁର ଘରେ ଖୁବ୍ କମ୍ ରହୁଥିଲେ।
ଦିନେ ଯୁବତୀଙ୍କ ଜଣେ ସାଙ୍ଗ ଯୁବକଙ୍କୁ କହିଥିଲେ ଯେ ତାଙ୍କ ସ୍ତ୍ରୀ କଲଗାର୍ଲ କାମ କରୁଛନ୍ତି। ଯୁବତୀଙ୍କ ସାଙ୍ଗ ଯୁବକଙ୍କୁ ଏକଥା ଏଥିପାଇଁ କହିଥିଲେ କାରଣ ତାଙ୍କର ଯୁବତୀଙ୍କ ସହ କୌଣସି କାରଣବଶତଃ ଝଗଡ଼ା ହୋଇଯାଇଥିଲା।
ଏହା ପରେ ଯୁବକ ଶ୍ୟାମପୁରମରେ ରହିଥିବା ଜଣେ ମହିଳା ଦଲାଲଙ୍କ ସହ ହ୍ବାଟସଆପରେ ଯୋଗାଯୋଗ କରିଥିଲେ । ସେ ଦଲାଲଙ୍କୁ ଏକ କଲଗାର୍ଲ ଆବଶ୍ୟକ ବୋଲି କହିଥିଲେ। ଏହା ପରେ ମହିଳା ଦଲାଲ କିଛି ଫଟୋ ତାଙ୍କୁ ହ୍ବାଟସଆପରେ ପଠାଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ପାଇଁ ମହିଳା ଦଲାଲ ତାଙ୍କୁ କହିଥିଲେ। ଯୁବକ ଏହି ଫଟୋ ମଧ୍ୟରୁ ତାଙ୍କ ସ୍ତ୍ରୀଙ୍କ ଫଟୋ ଖୋଜିଥିଲେ ଏବଂ ତାଙ୍କ ନାଁ ଦଲାଲଙ୍କୁ କହିଥିଲେ । ମହିଳା ଦଲାଲଙ୍କ ନମ୍ବର ଯୁବତୀଙ୍କ ସାଙ୍ଗ ତାଙ୍କୁ ଦେଇଥିଲେ।
ଏହା ପରେ ଯେତେବେଳେ କଲଗାର୍ଲ ହୋଇ ଯୁବତୀ ତାଙ୍କ ନିକଟକୁ ଆସିଥିଲେ ସେତେବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏପରିକି ପରିସ୍ଥିତି ମାଡ଼ପିଟ ଯାଏଁ ଯାଇଥିଲା।
ଏହା ପରେ ଦୁହେଁ ପରସ୍ପର ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ। ପତ୍ନୀ ଅଭିଯୋଗ କରିଥିଲେ ଯେ ତାଙ୍କ ସାଙ୍ଗଙ୍କ ସହ ସ୍ବାମୀଙ୍କର ସମ୍ପର୍କ ରହିଛି। କିନ୍ତୁ ସ୍ତ୍ରୀଙ୍କ ସବୁ କଥା ପୋଲିସ୍ ଆଗରେ କହିଥିଲେ ଯୁବକ। ଏବେ ପୋଲିସ୍ ଏହି ମାମଲାର ତଦନ୍ତ କରୁଛି।