ସ୍ତ୍ରୀର ମୁଣ୍ଡ କାଟି ପୂଜାଘରେ ପୋତିଲା ସ୍ବାମୀ: ନିଜ ଦେବତାଙ୍କୁ ଖୁସି କରିବ କହୁଥିଲା, ଏବେ ଜେଲରେ କଟିବ ଜୀବନ

Published By : Prameya-News7 Bureau | September 04, 2020 IST

 ସିଙ୍ଗରୌଲି: ଏବେବି ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । ଅନ୍ଧବିଶ୍ବାସରେ ବସବର୍ତ୍ତୀ ହୋଇ କରି ବସୁଛି ବହୁ ଅମାନବୀୟ କାଣ୍ଡ । ନିଜର ଦେବତାକୁ ଖୁସି କରିବାକୁ ଯାଇ ଜଣେ ୫୦ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀକୁ ବଳି ଦେଇଥିବା ଅଭିଯୋଗ ହୋଇଛି । ନିଜ ପତ୍ନୀର ବେକ କାଟିବା ସହ ମୃତଦେହକୁ ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲା ସ୍ଥିତ ନିଜ ଘରେ ପୋତି ଦେଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ଅଭିଯୁକ୍ତ ଏଭଳି କାଣ୍ଡ ଜିଲ୍ଲା ମୁଖ୍ୟାଳୟରୁ ୨୫ କିମି ଦୂର ବସୌଦା ଗାଁରେ ଭିଆଇଥିବା ଜଣାପଡ଼ିଛି ।

ଅଭିଯୁକ୍ତର ଦୁଇ ପୁଅ ଏନେଇ ଥାନାରେ ଜଣାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏନେଇ  ଅତିରିକ୍ତ ଏସପି ପ୍ରଦିପ ସିନ୍ଧେ ସୂଚନା ଦେଇଛନ୍ତି । ତେବେ ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ନିଜର ୪୫ ବର୍ଷୀୟା ପତ୍ନୀର ମୁଣ୍ଡ ଓ ଶରୀରକୁ ପୂଜା ଘରେ ଅଲଗା ଅଲଗା ସ୍ଥାନରେ ପୋତିବା ସହ ଫେରାର ହୋଇଯାଇଥିଲା ।

ନିଜ ପତ୍ନୀକୁ ବଳି ଦେବା ପୂର୍ବରୁ ଅଭିଯୁକ୍ତ ଏକ ଛେଳିକୁ ହତ୍ୟା କରିବା ସହ ମୃତଦେହକୁ ପୂଜା ଘରେ ପୋତିଥିଲା । ଏହା ଦ୍ବାରା ତାର ଦେବତା ଶାନ୍ତି ପାଉଥିବା କହିଥିଲା ବୋଲି ଅଭିଯୁକ୍ତର ପୁଅ ପୋଲିସକୁ କହିଛନ୍ତି । ତେବେ ମାମାଲାର ସବୁ ଦିଗକୁ ଦେଖି ପୋଲିସ ତଦନ୍ତ କରିଥିବା ବେଳେ ଗୁରୁବାର ଅଭିଯୁକ୍ତକୁ ଗିରଫ କରିଥିବା ସିନ୍ଧେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.