ଗୋଟିଏ ହାତରେ ସ୍ତ୍ରୀର କଟାମୁଣ୍ଡ ଅନ୍ୟ ହାତରେ ଫାର୍ସା, ଥାନାରେ ପହଞ୍ଚି ଯୁବକ କହିଲେ, ମୁଁ ହତ୍ୟାକାରୀ ମୋତେ ଗିରଫ କର’

Published By : Prameya-News7 Bureau | October 09, 2020 IST

ବାନ୍ଦା ୯।୧୦: ଉତ୍ତରପ୍ରଦେଶ ବାନ୍ଦାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଗଳାକାଟି ଅଚି ନୃସଂଶ ଭାବେ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ପରେ ସ୍ତ୍ରୀଙ୍କ କଟା ମୁଣ୍ଡ ଧରି ଦୁଇ କିଲୋମିଟର ଦୂରରେ ଥିବା ଥାନାରେ ପହଞ୍ଚିଥିଲେ । ପୋଲିସ ନିକଟରେ ନିଜ ଦୋଷ ସ୍ବୀକାର କରି ଆତ୍ମସମର୍ପଣ କରିଛନ୍ତି । ବ୍ୟକ୍ତିଙ୍କ ହାତରେ ମହିଳାଙ୍କ କଟା ମୁଣ୍ଡ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୋଲିସ ବ୍ୟକ୍ତିଙ୍କୁ ସେଠାରେ ଗିରଫ କରିଥିଲା । ଏହାପରେ ପଚରାଉଚରା କରାଗଲା ପରେ ଘଟଣା ସାମ୍ନାକୁ ଆସିଥିଲା ।

ଘଟଣାଟି ବବେରୁ ଥାନା ନେତାନଗର ଅଞ୍ଚଳରେ ଘଟିଛି । ଏହି ଅଞ୍ଚଳର କିନ୍ନାର ଯାଦବ ପୋଲିସକୁ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ବିମଳା ଦେବୀଙ୍କର ତାଙ୍କ ପଡୋଶୀ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ରବିଙ୍କ ସହ ସଂପର୍କ ଥିଲା । କିନ୍ନାର ତାହାକୁ ବିରୋଧ କରୁଥିଲା ।

ଶୁକ୍ରବାର ସକାଳେ ତାଙ୍କର ଦୁଇ ପୁଅ କୋଚିଂ ଯାଇଥିଲେ । ସେ ମଧ୍ୟ ଭ୍ରମଣ ପାଇଁ ବାହାରି ଯାଇଥିଲେ । ସକାଳ ପ୍ରାୟ ସାଢେ ୯ଟା ବେଳେ ଘରକୁ ଫେରିବା ପରେ ରବି ତାଙ୍କ ଘରେ ଥିବା ଦେଖିଥିଲେ । ସ୍ତ୍ରୀଙ୍କୁ ରବିଙ୍କ ସହ ଏକାକୀ ଦେଖି କିନ୍ନାର ଖୁବ୍ ରାଗିଯାଇଥିଲେ । ସେ ଘରେ ଥିବା ଫାର୍ସାରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିଲା ।  ରବିଙ୍କୁ ମଧ୍ୟ କିନ୍ନାର ଆକ୍ରମଣ କରିଥିଲ । ଆକ୍ରମଣରେ ରବି ମଧ୍ୟ ଆହତ ହୋଇଛନ୍ତି ।

ଲହୁଲୁହାଣ ଅବସ୍ଥାରେ ରବି ସ୍ତ୍ରୀର କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଥିଲା ।  ଗୋଟିଏ ହାତରେ ଫାର୍ସା ଏବଂ ଅନ୍ୟ ହାତରେ ସ୍ତ୍ରୀର କଟାମୁଣ୍ଡ ନେଇ ଥାନାରେ ହାଜର ହୋଇଥିଲା ।  ଥାନାରେ ସବୁ କଥା କହିବା ପରେ କିନ୍ନାର ଆତ୍ମସମର୍ପଣ କରିଥିଲା ।  ଏହାପରେ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।  ଆହତ ରବିଙ୍କୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.