ହୋଟେଲ ରୁମରେ ପତ୍ନୀକୁ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଲାଲ ପଡିଗଲେ ପତି, ଗୋଟିଏ ମିନିଟରେ ମାରିଲେ ୩୦ ଚପଲ

Published By : Prameya-News7 Bureau | September 10, 2020 IST

ଆଗ୍ରା ୧୦/୦୯ : ତାଜ ନଗରୀ ଆଗ୍ରାରେ ଘଟିଛି ଏକ ଅଜବ ଘଟଣା | ଜଣେ ଯୁବକ ପତ୍ନୀକୁ ନିଜ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରିବା ପରେ ଚପଲରେ ବାଡେଇଛନ୍ତି | ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଏଲ ହୋଇଛି | ମାମଲା ତାଜଗଞ୍ଜ ଅଞ୍ଚଳର ଏକ ହୋଟେଲର ବୋଲି ଜଣାପଡିଛି | ପ୍ରଥମେ ଯୁବକ ନିଜ ପତ୍ନୀକୁ ଚାପୁଡ଼ା ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି | ଏହାପରେ ଚପଲ ଖୋଲି ଖୁବ ବାଡେଇଥିଲେ | ଗୋଟିଏ ମିନିଟରେ ପାଖାପାଖି ୩୦ ଚପଲ ମାଡ ମାରିଥିଲେ | ଏତିକିବେଳେ ମହିଳାଜଣକ ବାରମ୍ବାର ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ | ସେ କିଛି କହିବା ପାଇଁ ଚାହୁଁଥିଲେ କିନ୍ତୁ ଯୁବକ ଏକ ଆକ୍ରୋଶ ଥିଲେ ଯେ ସେ କିଛି ବି ଶୁଣିବା ପାଇଁ ରାଜି ନଥିଲେ | ବାସ ଚପଲ ଉପରେ ଚପଲ ମାରିଚାଲିଥିଲେ | ସେ ନିଜେ ହିଁ ଏହି ମାମଲାର ଭିଡିଓ କରିବାକୁ ସେଠାରେ ଉପସ୍ଥିତ ଆଉ ଜଣେ ଯୁବକକୁ କହିଥିଲେ ଏବଂ ଭିଡିଓ ଭାଇରାଲ କରିଥିଲେ ବୋଲି ଶୁଣିବାକୁ ମିଳିଛି |

ମାମଲା ତାଜଗଞ୍ଜ ଅଞ୍ଚଳର | ଏକ ହୋଟେଲରେ ଯୁବକ ନିଜ ପତ୍ନୀକୁ ତାଙ୍କ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ | ସେ କୌଣସି ପ୍ରକାରେ ସୁରାକ ପାଇ ହୋଟେଲରେ ପହଞ୍ଚିଥିଲେ | ପତ୍ନୀକୁ ଅନ୍ୟ ଯୁବକ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ସେ ଅନିୟନ୍ତ୍ରିତ ହୋଇଗଲେ ଓ କ୍ରୋଧରେ ଚପଲ ଖୋଲି ତାଙ୍କୁ ବାଡେଇଥିଲେ | ଏହାର ଭିଡିଓ ବି କରିଥିଲେ ଓ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ନିଜେ ହିଁ କରିଛନ୍ତି | ତେବେ ଏହି ମାମଲାରେ ଥାନାରେ ଏଯାଏଁ କୌଣସି ଅଭିଯୋଗ ହୋଇନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.