Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଇସକ୍ରିମ୍ ଖାଇବାକୁ ପ୍ରେମିକ ସହ ଯାଇଥିଲା ସ୍ତ୍ରୀ : ପଛେ ପଛେ ପହଞ୍ଚିଥିଲା ସ୍ବାମୀ ,ତା’ପରେ ଯାହା ହେଲା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

6/09/2020 at 6:14 PM

କାନପୁର ୬/୯: ପତି,ପତ୍ନୀ ଔର ଓ୍ବ.. ଉପରେ ତ ଅନେକ ଫିଲ୍ମ ହୋଇଛି। ଆପଣ ବି ତ ଏପରି ଅନେକ କାହାଣୀ ଶୁଣିଥିବେ ଏବଂ ଦେଖିଥିବେ। କିନ୍ତୁ ଯେଉଁ ମାମଲା ଆଜି ଆମେ କହିବାକୁ ଯାଉଛୁ ତାହା ପତି,ପତ୍ନୀ ଔର ଓ୍ବ.. ର ନୁହେଁ,ବରଂ ଏହାର ଓଲଟା। ଘଟଣାଟି ଘଟିଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ଫିଲଖାନା ଥାନା ଅଞ୍ଚଳର। ଏଠାରେ ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ତା ପ୍ରେମିକ ସହ ବୁଲୁଥିବା ଦେଖି ରାଗରେ ଜର୍ଜରିତ ହୋଇ ଯାଇଥିଲା ଏବଂ ସମସ୍ତଙ୍କ ସାମନାରେ ସେମାନଙ୍କୁ ଚପଲରେ ବାଡ଼େଇଥିଲେ। ରାସ୍ତାରେ ଘଣ୍ଟାଏ ଧରି ଚାଲିଥିବା ହାଇଭୋଲ୍ଟେଜ ଡ୍ରାମାକୁ ଲୋକେ ଭିଡିଓ କରି ଭାଇରାଲ୍ କରି ଦେଇଥିଲେ ପରେ ପୋଲିସ୍ ସେମାନଙ୍କୁ ଥାନାକୁ ନେଇ ଯାଇଥିଲା।

 ଫିଲଖାନା ଅଞ୍ଚଳ ବାସିନ୍ଦା ଜଣେ ତେଜରାତି ଦୋକାନୀଙ୍କ ସ୍ତ୍ରୀଙ୍କ ପଡ଼ିଶାରେ ରହୁଥିବା ଅନ୍ୟ ଦୋକାନୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଶନିବାର ରାତିରେ ସେ ନିଜ ପ୍ରେମିକ ସହ ବାଇକରେ ବସି ମାଲ୍ ରୋଡରେ ଆଇସକ୍ରିମ୍ ଖାଇବାକୁ ଆସିଥିଲା। ଏହି ସମୟରେ ସ୍ବାମୀ ମଧ୍ୟ ନିଜ ବନ୍ଧୁ ସହ ପଛେ ପଛେ ସେଠାରେ ପହଞ୍ଚି ଯାଇଥିଲା। ସ୍ତ୍ରୀ ସହ ଥିବା ପ୍ରେମିକକୁ ସେ ନିର୍ଧୁମ ଛେଚିଥିଲା। ତାକୁ ରକ୍ଷା କରିବାକୁ ଆସିଥିବା ପ୍ରେମିକର ବନ୍ଧୁକୁ ମଧ୍ୟ ଚପଲରେ ସେକିଥିଲା।

ଏହି ସମୟରେ ଲୋକେ ଘଟଣାର ଭିଡିଓ କରିଥିଲେ ଏବଂ ଏହାକୁ ସୋସିଆଲ୍ ମିଡିଆ​ରେ ଭାଇରାଲ୍ କରି ଦେଇଥିଲେ। ସୂଚନା ପାଇ ଫିଲଖାନା ଥାନା ପୋଲିସ୍ ଆସିଥିଲା ଏବଂ ଉଭୟ ପକ୍ଷକୁ ଥାନାକୁ ନେଇ ଆସିଥିଲା।  

   Related Posts