ପ୍ରେମିକା ପତ୍ନୀକୁ କିରୋସିନ ଢାଳି ନିଆଁ ଲଗାଇଦେଲା ସ୍ବାମୀ, ରାକ୍ଷସ ବାପାର କାରନାମା ସମ୍ପର୍କରେ ସାକ୍ଷୀ ଦେଉଛି ୩ ବର୍ଷର କୁନିଝିଅ

Published By : Prameya-News7 Bureau | February 14, 2019 IST

ସମ୍ବଲପୁର୧୪|୨; ଆଜି ପ୍ରେମର ଦିବସ ଭାଲେନ୍‌ଟାଇନ୍‌ ଡେ। ୪ବର୍ଷ ତଳେ ଆଜିର ଦିନରେ ନିଜ ପ୍ରେମିକାକୁ ବାହା ହୋଇଥିବା, ପ୍ରେମିକ ସ୍ବାମୀ ପତ୍ନୀକୁ ଜିଅନ୍ତା ଜଳାଇ ପୋଡିମାରିବାକୁ ଉଦ୍ୟମ କରିଛି। ଆଉ ଏହି ସବୁ ହୃଦୟ ବିଦାରକ ଦୃଶ୍ୟର ମୁକ ସାକ୍ଷୀ ହୋଇଛି ତିନିବର୍ଷର ଝିଅ ।

{"id":85220,"width":595,"height":932}

ଆଜି ପ୍ରେମିକ ପ୍ରେମିକା ମାନେ  ସାରାଦିନ ପ୍ରେମ ରାଇଜରେ ବୁଡି ରହିଥିବା ବେଳେ, ସମ୍ବଲପୁର ହୀରାକୁଦରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଘଟଣା। ୪ବର୍ଷ ତଳେ ଆଜିର ଦିନରେ ବାହା ହୋଇ, ନିଜ ପ୍ରେମିକାକୁ ପତ୍ନୀ ରୁପେ ଗ୍ରହଣ କରିଥିବା ପ୍ରେମିକ ସ୍ବାମୀ ସ୍ମତିରଞ୍ଜନ ନାୟକ କରିଛି ବିଭତ୍ସ କାଣ୍ଡ। ଯୌତୁକ ଲୋଭରେ ନିଜ ବାପା ମାଆ କଥାରେ ପଡି, ପ୍ରଥମେ ପତ୍ନୀ  ଜ୍ୟୋର୍ତୀମୟୀ ନାୟକଙ୍କୁ ନିସ୍ତୁକ ମାଡ ମାରିବା ପରେ, ସିଡିରେ ଘୋଷାଡି ନେଇ, ଛାତ ଉପରେ ଗୋଡହାତ ବାନ୍ଧି କିରୋସିନି ପକାଇ ପୋଡିମାରିବାକୁ ଉଦ୍ୟମ କରିଛି।

{"id":85222,"width":595,"height":388}

ଆଉ ମାଆର ବିକଳ ଚିକ୍ତାର ଶୁଣି, ୩ବର୍ଷର କୁନିଝିଅ ଧାଇଁ ଗଲାବେଳକୁ ମାଆର ପୁରା ଶରୀରରେ ହୁତ୍‌ହୁତ୍‌ ହୋଇ ନିଆଁ ଜଳୁଥିବା ଦେଖି ଘର ଭିତରକୁ ଧାଇଁ ଆସିଥିଲା। ପଡୋଶୀମାନେ ଘଟଣାସ୍ଥଳରେ ପହଞ୍ଚି,ପ୍ରଥମେ ସ୍ମୃତିରଞ୍ଜନ,ତାଙ୍କ ବାପା ଓ ମାଆକୁ ଉତ୍ତମ ମଧ୍ୟମ ଦେବା ସହ, ଆମ୍ବୁଲାନ୍‌ସ ଡକାଇ,ଜ୍ୟୋର୍ତୀମୟୀକୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଶରୀରର ୭୦ପ୍ରତିଶତ ହୋଡିଯାଇଥିବା, ସେଠାରେ ସେ ଏବେ ମୃତ୍ୟୁ ସଂଗ୍ରାମ କରୁଛି। ଏହି ବିଭତ୍ସ ଘଟଣାର ଏକମାତ୍ର ସାକ୍ଷୀ ହେଉଛି,ଜ୍ୟୋର୍ତୀମୟୀ ଓ ସ୍ମୃତିରଞ୍ଜନଙ୍କ ୩ବର୍ଷର କୁନିଝିଅ। ମା ପୋଡିଗଲେ କଣ ହେବ ପରିଣତି ତାହା ଜାଣିନି ଏହି କୁନି ଝିଅ । ସେଥିପାଇଁ ବାପା କେମିତି ମାକୁ କିରୋସିନ ପକାଇ ମାଚିସ ଲଗାଇଦେଲେ ସେ ବିଷୟରେ ଖଣ୍ଡ ଖଣ୍ଡ କରି ସବୁ କଥା କହୁଛି ।

{"id":85224,"width":594,"height":379}

ହୀରାକୁଦ ଭିଏସ୍‌ଏସ୍‌ ନଗରରେ ରହୁଥିବା ସ୍ମୃତିରଞ୍ଜନଙ୍କ ପାଖ ପଡୋଶୀ ମାନେ, ପ୍ରଥମେ  ଯୌତୁକଲୋଭୀ ସ୍ବାମୀ,ତାଙ୍କ ବାପା ଓ ମାଆଙ୍କୁ ଉତ୍ତମମଧ୍ୟମ ଦେବାପରେ, ହୀରାକୁଦ ଥାନାକୁ ହସ୍ତାନ୍ତର କରିଛନ୍ତି। ପୋଲିସ୍‌ ଏ ନେଇ ଏକ ହତ୍ୟାଉଦ୍ୟମ,ଯୌତୁକ ନିରୋଧ ଆଇନ ଅନୁସାରେ ମକଦ୍ଦମା କରି, ତିନିଜଣକୁ ଥାନାରେ ଅଟକ ରଖିଛି। ପ୍ରେମ ଦିବସ ଭଳି ଏକ ଦିନରେ, ନିଜ ପ୍ରେମିକାକୁ, ପ୍ରେମିକ ସ୍ବାମୀ ଏଭଳି ଢଙ୍ଗରେ ଜୀଅନ୍ତା ପୋଡି ମାରିବା ଉଦ୍ୟମକୁ ସବୁ ସ୍ତରରେ ନିନ୍ଦା କରାଯାଇଛି। ହେଲେ ଏବେ କୁନିଝିଅ ଖୋଜୁଛି ତା ମାଆକୁ,ଯାହାକି ସବୁଠାରୁ ଅଧିକ ହୃଦୟ ବିଦାରକ ହୋଇଛି । ଅପରପକ୍ଷରେ ସ୍ବାମୀ ସ୍ମୃତି କହିଛି ଯେ, ସେ ତା ବାପା ଓ ମାଙ୍କ ସହ ଝଗଡା କରୁଥିବାବେଳେ ଜ୍ୟୋତି ନିଜେ ଦେହରେ ନିଆଁ ଲଗାଇଦେଇଥିଲା ।

{"id":85225}
wp:core-embed/youtube {"url":"https://www.youtube.com/watch?v=sdJT7hHnXaA","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=sdJT7hHnXaA
/wp:core-embed/youtube {"id":85226,"width":592,"height":378}

ଭାଲେନ୍‌ଟାଇନ୍‌ ଡେ ରେ, କେଉଁଠି ପ୍ରେମୀଯୁଗଳଙ୍କ ସେଲିବ୍ରେସନ୍‌ ଭିଡ ତ, କେଉଁଠି ପ୍ରେମିକ ପ୍ରେମିକାକୁ ସାମାନ୍ୟ ଯୌତୁକ ପାଇଁ ଜୀଅନ୍ତା ପୋଡି ମାରିବାକୁ ଉଦ୍ୟମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.